ଖେଳ ଓ ଖେଳାଳି ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସରେ ଚମକିଲେ ଅନୁଗୁଳ ଆଥଲେଟ Angul OnlineJune 16, 2024June 16, 2024 ଅନୁଗୁଳ – ବାଙ୍ଗାଲୁରର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସ ଅନୁଷ୍ଠିତ ହେଉଛି । ଏଥିରେ ଓଡିଶା ରିଲାଏନ୍ସ ଫାଉଣ୍ଡେସନର ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସ୍ୱାଧୀନ ମାଝୀ ପୁରୁଷ ହାଇଜମ୍ପରେ ପ୍ରଶଂସନୀୟ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୨.୧୦ ମିଟର ଉଚ୍ଚତାକୁ ଜମ୍ପ କରିଥିଲେ । ପୁରୁଷ ୧୦୦ ମିଟରରେ ମହେନ୍ଦ୍ର ସାନ୍ତା ଏବଂ ମହିଳା ୧୦୦ ମିଟରରେ ସବିତା ଟପ୍ପୋ ରୌପ୍ୟ ପଦକ ହାସଲ କରିଛନ୍ତି । ସେମାନେ ଯଥାକ୍ରମେ ୧୦.୬୬ ସେକେଣ୍ଡ ଓ ୧୪.୩୧ ସେକେଣ୍ଡ ସମୟ ନେଇଥିଲେ । ପୁରୁଷ ୮୦୦ ମିଟରରେ ଦେବାଶୀଷ ପଟ୍ଟନାୟକ ୧ ମିନିଟ ୫୩.୭୨ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି ରୌପ୍ୟ ପଦକ ହାସଲ କରିଛନ୍ତି । ସୁଖୀ ବାସ୍କେ ୧୦୦ ମିଟରରେ ଏବଂ ରମନଦୀପ କୌର ୪୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଆଥଲେଟଙ୍କ ପ୍ରଦର୍ଶନ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । Advertisement
କବାଡି ଟୁର୍ଣ୍ଣାମେଣ୍ଟରେ ଉଦଯାପିତ – କୁରୁମିଠା ଚମ୍ପିୟାନ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅରାହାଟ ଖେଳ ପଡ଼ିଆ ଠାରେ ପଞ୍ଚୁନାଥ ମେମୋରିଆଲ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ…
ଖେଳାଳି ଚୟନରେ ଅନିୟମିତତା – ବଢ଼ିଲା ଅଭିଯୋଗର ଫର୍ଦ୍ଦ ଅନୁଗୋଳ – କଳାହାଣ୍ଡି କପ ପାଇଁ ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଖେଳାଳି । ଗତକାଲି ଏହି ଅଭିଯୋଗ ଆଣି ଦୁଇ ଜଣ ଖେଳାଳି ଜିଲ୍ଲା…
ଫୁଟସଲ ୨୦୨୧ ଉଦଯାପିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜେଏସପିଏଲର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଫୁଟସଲ –୨୦୨୧ର ବିଜେତା…