ମୁଖ୍ୟ ଖବର ଭୟାବହ ଅଗ୍ନିକାଣ୍ଡ – ଜଳିଗଲା ୪୦ ବଖରା ଘର Angul OnlineMarch 5, 2021March 5, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଆମ୍ବପାଳ ଗାଁରେ ଆଜି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡରେ ୪୦ ବଖରା ଘର ଜଳିପୋଡି ପାଉଁଶ ହୋଇ ଯାଇଛି । ସୂଚନା ଅନୁସାରେ ଜଙ୍ଗଲ ନିଆଁ ଉଡି ବିସ୍ଥାପିତ ହୋଇ ଆସିଥିବା କିଛି ଲୋକ ଗାଁ ମୁଣ୍ଡରେ କରିଥିବା ଘର ସବୁ ଜଳି ପୋଡି ପାଉଁଶ ହୋଇ ଯାଇଛି । ପ୍ରଥମେ ନିଆଁ ଏକ ଚାଳ ଘରେ ନିଆଁ ଲାଗିବା ପରେ ସଙ୍ଗେ ସଙ୍ଗେ ଚାରିଆଡେ ବ୍ୟାପି ଯାଇଥିଲା । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁଙ୍କୁ ଆୟତ କରିଥିଲା । ସୌଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡରେ ବିଶେଷ କିଛି ଧନ ଜୀବନ ହାନି ହୋଇ ନଥିବା ସୂଚନା ମିଳିଛି । https://angulonline.com/wp-content/uploads/2021/03/WhatsApp-Video-2021-03-05-at-21.35.54.mp4 Advertisement
ଉତ୍ସାହ ଉଦୀପନାର ସହ ସ୍ଵାଧୀନତା ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ତରୀୟ ୭୫ ତମ ସ୍ବାଧନତା ଦିବସ ରବିବାର ଷ୍ଟାଡିୟମ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପର୍ଯ୍ୟଟନ,ଓଡିଆ ଭାଷା,ସାହିତ୍ୟ ଓ…
ମଲ୍ଟି ଡିସିପ୍ଲିନ୍ ସ୍କ୍ବାର୍ଡର ଚଢାଉ – ସୁନା ଦୋକାନୀ ଓ ମଦ ଦୋକାନୀଙ୍କୁ ଜରିମାନା ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ଦୋକାନରେ ମଲ୍ଟି ଡିସିପ୍ଲିନ୍ ସ୍କ୍ବାର୍ଡ ଚଢାଉ କରିଥିଲା । ଅନୁଗୁଳ ତହସିଲଦାର ବିମଳ କୁମାର ଲେଙ୍କାଙ୍କ ନେତୃତ୍ବରେ ଏହି ଚଢାଉ…
ଆବର୍ଜନା ଗଦା କରିବାରୁ ଦୁଇ ଦୋକାନ ସିଲ କଲା ପ୍ରଶାସନ ଅନୁଗୁଳ – ଦୋକାନ ଆଗରେ ଆବର୍ଜନା କରୁଥିବା ଯୋଗୁଁ ଆଜି ଦୁଇଟି ଦୋକାନକୁ ଅନୁଗୁଳ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ସୂଚନା ଅନୁସାରେ ବସଷ୍ଟାଣ୍ଡରୁ କାଞ୍ଚନ…