ମୁଖ୍ୟ ଖବର ଚାରି ପୁଲିସ କର୍ମଚାରୀ ନିଲମ୍ବିତ – ଗଞ୍ଜେଇ କାରବାରରେ ଥିଲେ ସଂପୃକ୍ତ Angul OnlineJune 27, 2024June 27, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ୪ ଜଣ ପୁଲିସ କର୍ମଚାରୀ ଗଞ୍ଜେଇ କାରବାରରେ ସଂପୃକ୍ତ ଯୋଗୁଁ ନିଲମ୍ବିତ ହୋଇଥିବା ଜଣା ପଡ଼ିଛି । କିଶୋରନଗର ଥାନାରେ କାର୍ଯ୍ୟରତ ଏଏସ୍ଆଇ ଜିତେନ୍ଦ୍ର ସାମନ୍ତସିଂହାର, କନେଷ୍ଟବଳ ମନୋଜ ନାୟକ, କନେଷ୍ଟବଳ ଲିଙ୍ଗରାଜ ମୁଦୁଲି ଓ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଡ୍ରାଇଭର୍ ଅଜିତ୍ ସାହୁ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ଜାଣିବା ପରେ ଡିଆଇଜି ଉମା ଶଙ୍କର ଦାସ ସେମାନଙ୍କୁ ନିଲମ୍ବନ କରିଛନ୍ତି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଅନେକ ସମୟରେ ଗଞ୍ଜେଇ ଚାଲାଣ ବେଳେ ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ରାସ୍ତା ବେପାରୀ ମାନେ ବ୍ୟବହାର କରିଥାନ୍ତି । ତେବେ ଜିଲ୍ଲା ସୀମାନ୍ତ ଅଞ୍ଚଳ ଅତିକ୍ରମ କରିବା ବେଳେ ସୀମାନ୍ତ ଥାନାର କିଛି କର୍ମଚାରୀଙ୍କୁ ହାତବାରିସୀ କରି ବେପାରିମାନେ ସୁବିଧାର ଚାଲାଣ କରୁଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ଗଞ୍ଜେଇ ଗାଡ଼ି ସୁବିଧାରେ ପାର କରାଇବା ଦିଗରେ କାମ କରୁଥିବା ସୂଚନା ପାଇବା ପରେ ଡିଆଇଜି ଉମା ଶଙ୍କର ଦାଶ ଏହି ଅସାଧୁ କର୍ମଚାରୀଙ୍କ ଉପରେ ନଜର ରଖିଥିଲେ । ଏନେଇ ପ୍ରମାଣ ପାଇବା ପରେ ୪ ଜଣଙ୍କୁ ନିଲମ୍ବନ କରିଛନ୍ତି । ଏ ସମ୍ପର୍କରେ ଡିଆଇଜି ଉମା ଶଙ୍କର ଦାଶ କହିଛନ୍ତି, କିଛି ପୁଲିସ କର୍ମଚାରୀ ପରୋକ୍ଷରେ ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ନିଲମ୍ବନ କରାଯାଇଛି । ଅଧିକ ତଦନ୍ତ କରା ଯାଉଛି , ତଦନ୍ତ ପରେ ପଦକ୍ଷେପ ନିଆଯିବ। Advertisement
ଗଞ୍ଜେଇ ବେପାରୀକୁ ୧୦ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳରେ ୨୦୧୭ ମସିହାରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଥିବା ଜଣେ ଗଞ୍ଜେଇ ବେପାରୀକୁ ୧୦ ବର୍ଷ କାରାଦଣ୍ଡାଦେଶ…
କାଉନସିଲରଙ୍କୁ ମରଣାନ୍ତକ ଆକ୍ରମଣ ଅନୁଗୁଳ – ଅନୁଗୁଳ ୫ ନମ୍ବର କାଉନସିଲରକୁ ମରଣାନ୍ତକ ଆକ୍ରମଣ ହୋଇଛି । କାଉନସିଲର ରଞ୍ଜିତ ମାଣ୍ଡୋଠିଆ ତାଙ୍କ ଦୋକାନରୁ ଘରକୁ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ…
ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଅଭିଭାବକ ଅନୁଗୋଳ – ଅନୁଗୋଳ ଜିଲ୍ଲା ମରାତିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ବିଦ୍ୟାଳୟ ଗେଟରେ ତାଲା ପକାଇଥିଲବ…