ମୁଖ୍ୟ ଖବର ଗୋ ମାଂସ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ନିର୍ଧୂମ ମାଡ – ଗିରଫ କଲା ପୁଲିସ Angul OnlineJune 28, 2024June 28, 2024 ତାଳଚେର – ବଜାର ଉପରେ ଗୋ ମାଂସ ବିକ୍ରି ଅଭିଯୋଗରେ ତାଳଚେର ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ରାଷ୍ଟ୍ରୀୟ ବଜରଙ୍ଗ ଦଳ , ତାଳଚେର ଶାଖାର କର୍ମୀ ମାନଙ୍କ ଅଭିଯୋଗ ଆଧାରରେ ପୁଲିସ ଉଭୟଙ୍କୁ ଗିରଫ କରିଛି । ବଜରଙ୍ଗ ଦଳ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ୪ ମାସ ହେବ ତାଳଚେରରେ ଅଞ୍ଚଳରେ ବ୍ୟାପକ ଗୋ ମାଂସ ବିକ୍ରି ହେଉଥିବା ତାଙ୍କ ପାଖରେ ଖବର ଥିଲା । କିନ୍ତୁ ଗୋ ମାଂସ ବିକ୍ରି କରୁଥିବା ବ୍ୟକ୍ତି କୁ କାବୁ କରିବାରେ ବିଫଳ ହେଉଥିଲେ । ଆଜି ଗୋଡ଼ିବନ୍ଧ ଅଞ୍ଚଳରୁ ଜଣେ ଗୋମାଂସ ଧରି ତାଳଚେର ଆଡ଼କୁ ଆସୁଥିବା ଖବର ପାଇ ବଜରଙ୍ଗ ଦଳ କର୍ମୀମାନେ ଜଗି ରହିଥିଲେ । ତାଳଚେର ଆଇଟିଆଇ ଛକ ନିକଟରେ ଜଣଙ୍କୁ ସନ୍ଦେହ ପୂର୍ବକ ଯାଞ୍ଚ କରିବାରୁ ତାଙ୍କ ପାଖରୁ ଗୋ ମାଂସ ମିଳିଥିଲା। ପରେ ଉକ୍ତ ଯୁବକଙ୍କ ସହଯୋଗୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଗୋ ମାଂସ ମିଳିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକ ଉଭୟ ଯୁବକଙ୍କୁ ନିର୍ଧୂମ ମାଡ ମାରିଥିଲେ । ପରେ ଉଭୟଙ୍କୁ କାବୁ କରି ବଜରଙ୍ଗ ଦଳର କର୍ମୀ ମାନେ ପୁଲିସ ଜିମା ଦେଇଥିଲେ । ଘଟଣାର ତଦନ୍ତ କରି ପୁଲିସ ମାଂସ ରଖିଥିବା ଦୁଇ ଯୁବକଙ୍କୁ ଗିରଫ କରିଛି । ଅନ୍ୟପଟେ ଆଇନାକୁ ହାତକୁ ନେଇ ଯୁବକଙ୍କୁ ମାଡ ମାରିବା ଅଭିଯୋଗରେ ବଜରଙ୍ଗ ଦଳର ଦୁଇ ଯୁବକଙ୍କୁ ମଧ୍ୟ ଗିରଫ କରିଥିବା ଜଣା ପଡିଛି । Advertisement
ଓପିଟିସିଏଲରେ ଚାକିରି ନାଁରେ ଠକେଇ – ୨ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରି…
ଅଂଶୁଘାତରେ ମୃତ୍ୟୁ ସନ୍ଦେହ ଅନୁଗୋଳ – ଅନୁଗୋଳ ଜିଲ୍ଲା ମହିଧରପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କୁମୁରିସିଂହା ,…
ଆମ୍ବ ଗୋଟାଇବା ହେଲା କାଳ – ବଜ୍ରପାତରେ ନାବାଳକ ସମେତ ଦୁଇ ମୃତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତ ଗୁଣ୍ଡୁରୀ ଗ୍ରାମରେ ଅଘଟଣ ଘଟିଯାଇଛି l ଗୁରୁବାର ଅପରାହ୍ନରେ ଝଡ଼ତୋଫାନ ବେଳେ ଗ୍ରାମର ତିନି ଜଣ…