ଅପରାଧ ଘରେ ଚଳାଇଥିଲେ ସେକ୍ସ ରାକେଟ – ୨ ରୂପଜୀବୀ ଉଦ୍ଧାର – ୪ ଗିରଫ Angul OnlineJune 30, 2024June 30, 2024 ଅନୁଗୁଳ – ଅନୁଗୁଳ ମଦନମୋହନ ପଡାରେ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ପୁଲିସ । ସୂଚନା ଅନୁସାରେ ଗତ ୨୯ ତାରିଖ ଶନିବାର ସନ୍ଧ୍ୟାରେ ଅନୁଗଗୁଳ ପୁଲିସ ଏକ ବିଶ୍ବସ୍ତ ସୂତ୍ର ରୁ ଖବର ପାଇ ମଦନମୋହନ ପଡ଼ା ସ୍ଥିତ ବିକ୍ରମ ଲଜ ପଛ ପଟେ ଥିବା ଗୋଟିଏ ଦୁଇ ମହଲା ଘର ଉପରେ ଚଢ଼ାଉ କରିଥିଲା । ଚଢାଉ ବେଳେ ସେଠାରେ ଚାଲିଥିବା ଏକ ସେକ୍ସ ରାକେଟ କୁ ଠାବ କରିଥିଲା । ଜାଞ୍ଚ କରି ପୁଲିସ ଦୁଇ ରୁପଜୀବୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ କୁରୁମିଠା ଗାଁର ଶ୍ରୀଧର ବାରିକ, ଡେରଜଙ୍ଗ ଗାଁର ବ୍ରଜମୋହନ ସାହୁ, ମଦନମୋହନପଡ଼ା ଅହମଦ ଓ ନସିମ ଅହମଦ । ଅଭିଯୁକ୍ତ ମାନଙ୍କ ଗାଡି ଗୁଡ଼ିକୁ ଜବତ କରାଯାଇ କୋର୍ଟ ଚାଲାଣ କରାଯାଇଛି। Advertisement
ଶୋଇଥିବା ବେଳେ ଘରେ ଲଗେଇଦେଲେ ନିଆଁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ସାନକେରେଜାଙ୍ଗ ଗାଁର ଯୋଗେଶ୍ୱର ଘଡେଇଙ୍କ ପରିବାର ଘରେ ଶୋଇଥିବା ବେଳେ , ବାହାରପଟୁ କୌଣସି ଦୁର୍ବୃତ୍ତ ବାହାରୁ କବାଟରେ…
ଭୋଗ ଦୋକାନରୁ ମଦ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସହର ଆଇଟିଆଇ ଛକ ନିକଟରେ ଥିବା ଏକ ଭୋଗ ଦୋକାନରୁ ବିପୁଳ ପରିମାଣର ମଦ ଜବତ କରା ଯାଇଛି ।…
ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ସାଇବର ଠକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସାଇବର ଠକଙ୍କ ଉତ୍ପାତ ବୃଦ୍ଧି ପାଇବାର ଲାଗିଛି । କେତେବେଳେ ଅନଲାଇନ ଟ୍ରାଞ୍ଜାକସନ ସମସ୍ୟା ତ କେତେବେଳେ ବ୍ୟାଙ୍କିଙ୍ଗ ସମସ୍ୟା ,…