ସେଲଫି ନେବା ବେଳେ ବୁଡିଗଲା ଡଙ୍ଗା – ଆସିଷ୍ଟାଣ୍ଡ ଲୋକୋ ପାଇଲଟ ମୃତ

ସେଲଫି ନେବା ବେଳେ ବୁଡିଗଲା ଡଙ୍ଗା – ଆସିଷ୍ଟାଣ୍ଡ ଲୋକୋ ପାଇଲଟ ମୃତ

ଅନୁଗୁଳ – ସେଲ୍ଫି ନେବା ହୋଇଛି କାଳ । ୪ ଯୁବକ ଜଳ ଭଣ୍ଡାର ଭିତରକୁ ଡଙ୍ଗା ନେଇ ଫଟୋ ଉଠାଇବାକୁ ଯାଇଥିବା ବେଳେ ଡଙ୍ଗା ବୁଡି ଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ୪ ଜଣ ଯୁବକ ଗୁରଙ୍ଗ ଜଳଭଣ୍ଡାରକୁ ଭୋଜି ବାକୁ ଯାଇଥିଲେ । ଭୋଜି କରିବା ବେଳେ ସେଠାରେ ବୁଲାବୁଲି କରି ଫଟୋ ଉଠାଇଥିଲେ । ପରେ ସେମାନେ ସେଠାରେ ଥିବା ଏକ ଡଙ୍ଗା ନେଇ ପାଣି ଭିତରକୁ ଯାଇ ଫଟୋ ଉଠାଇବାକୁ ଜଳଭଣ୍ଡାର ଭିତରକୁ ଯାଇଥିଲେ । ତେବେ କିଛିଦୂର ଗଲା ପରେ ହଠାତ ଡଙ୍ଗାଟି ଲେଉଟି ପଡିଥିଲା । ଫଳରେ ଚାରି ଜଣ ଗଭୀର ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣ ପହଁରି ପହଁରି କୂଳକୁ ପଳାଇ ଆସିଥିବା ବେଳେ ଜଣେ ନିଖୋଜ ହୋଇ ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକ ଓ ପରେ ଦମକଳ ବାହିନୀ ପହଂଚି ଖୋଜାଖୋଜି କରିଥିଲେ । ପ୍ରାୟ ଏକ ଘଣ୍ଟା ଖୋଜିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକ ଜଣଙ୍କ ଗୋତମରା ଗାଁର ପାର୍ଥସାରଥୀ ଗୋଛାୟତ ଏବଂ ସେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣା ପଡ଼ିଛି ।

What’s your Reaction?
+1
0
+1
0
+1
0
+1
3
+1
4
+1
0
+1
3

Leave a Reply