ଥାନା ଅଧିକାରୀଙ୍କୁ ଅସଭ୍ୟ ଗାଳି କଲେ ଯୁବକ – ଅଡିଓ ଭାଇରାଲ

ଥାନା ଅଧିକାରୀଙ୍କୁ ଅସଭ୍ୟ ଗାଳି କଲେ ଯୁବକ – ଅଡିଓ ଭାଇରାଲ

ଅନୁଗୁଳ – ଥାନା ଅଧିକାରୀଙ୍କୁ ଗାଳି , ମା’ ଭଉଣୀଙ୍କୁ ବି ଛାଡ଼ିଲେନି । ଏମିତି ଭାଷାରେ ଗାଳି ଯେ, କାନରେ ହାତ ଦେବାକୁ ପଡ଼ିବ । ଅନୁଗୁଳ ଜିଲ୍ଲାର ଜଣେ ଥାନା ଅଧିକାରୀଙ୍କୁ ଏମିତି ଅଶ୍ଳୀଳ ଭାଷାରେ ଗାଳିର ଏକ ଅଡିଓ କ୍ଲିପିଂ ଏବେ ଭାଇରାଲ ହେବାରେ ଲାଗିଛି । ଥାନା ଅଧିକାରୀ କିଛି କହୁ ନ ଥିଲାବେଳେ ଯୁବକ ଜଣଙ୍କ ଅତି ଖରାପ ଭାଷାରେ ତାଙ୍କୁ ଗାଳିମନ୍ଦ କରୁଛନ୍ତି । ସୂଚନା ଅନୁସାରେ, ଅନୁଗୁଳ ସହରର ଜଣେ ଯୁବକଙ୍କୁ ଏକ ଥାନାର ପୁଲିସ ଅଧିକାରୀମାନେ ପଚରାଉଚରା ପାଇଁ ନେଇଥିଲେ । ପରେ ତାଙ୍କୁ ଥାନାରୁ ଛାଡ଼ି ଦିଆଯାଇଥିଲା । ଏହି ଘଟଣାକୁ ନେଇ ଯୁବକ ଜଣଙ୍କ ଥାନା ଅଧିକାରୀଙ୍କୁ ଗାଳି କରୁଥିବା ଜଣାପଡ଼ିଛି । ଏପରିକି ତାଙ୍କୁ ଥାନାରୁ ହଟାଇଦେବା ପାଇଁ ଧମକ ଦେଉଛନ୍ତି । କିଛି ନେତାଙ୍କ ନାଁ ନେଇ ଗାଳି କରିବା ସହ ତାଙ୍କୁ ଥାନାକୁ କାହିଁକି ନେଇଥିଲେ ବୋଲି ପ୍ରଶ୍ନ କରୁଛନ୍ତି । ଥାନା ଅଧିକାରୀ ଜଣଙ୍କ ଅତି ଭଦ୍ର ଭାଷାରେ କଥା ହେଉଥିଲା ବେଳେ ଏହି ଯୁବକ ଜଣଙ୍କ ବିଲ୍‌କୁଲ ଶୁଣିବା ଅବସ୍ଥାରେ ନାହାନ୍ତି । ଏପରିକି ତାଙ୍କ ଘରକୁ ଆସି ଭୁଲ ମାଗିବାକୁ ବାଧ୍ୟ କରୁଛନ୍ତି । ନ ହେଲେ ପରେ ପିଟିବେ, ମାରିବେ ,ଚାକିରି ଖାଇଦେବେ ବୋଲି ଧମକାଉଛନ୍ତି । ଯୁବକଜଣଙ୍କ ଏମିତି ଗାଳି କରୁଥିବା ଅଡିଓ ଏବେ ଭାଇରାଲ ହେଉଥିଲା ବେଳେ ଏନେଇ ଥାନାରେ କୌଣସି ମାମଲା ହୋଇ ନଥିବା ଜଣାପଡ଼ିଛି ।

What’s your Reaction?
+1
0
+1
0
+1
1
+1
1
+1
6
+1
1
+1
2

Leave a Reply