ଅପରାଧ ଗଞ୍ଜେଇ ଚାଲାଣ କରି ପୁଲିସ ଗିରଫ Angul OnlineJuly 18, 2024July 18, 2024 ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ନିୟମିତ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଏହି ବେଆଇନ କାରବାରରେ ବିଭିନ୍ନ ସମଯରେ ପୁଲିସ ଅଧୂକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ରହୁଥିବା ଦେଖିବାକୁ ମିଳିଛି। ଅନଗୁଳ ଜିଲାକୁ ବଦଳି ହୋଇ ଆସିଥିବା ବୌଦ୍ଧ ଜିଲାର ଜଣେ ପୁଲିସ ଅଧିକାରୀ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଛତିଶଗଡ଼ ପୁଲିସ ହାତରେ ଧରା ପଡ଼ିଥିବା ଜଣାପଡିଛି । ସୁଚନା ଅନୁସାରେ, ଅଭିଯୁକ୍ତ ପୁଲିସ ହେଉଛନ୍ତି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକର ଗଗନ ମେହେର । ଏଏସ୍ଆଇ ଭାବେ ପଦୋନ୍ନତି ପାଇ ତାଲିମ ନେବା ଟ୍ରାଫିକ ଏଏସ୍ଆଇ ଭାବେ ଅନଗୁଳ ଜିଲ୍ଲାରେ କାର୍ଯ୍ୟରତ ଥିଲେ ବୋଲି ସୂଚନା ମିଳିଛି । ସେ ଏକ କାରରେ ୭୦କେଜି ଗଞ୍ଜେଇ ସହ ଛତିଶଗଡ଼ ରାଜ୍ୟକୁ ଯାଉଥିବା ସମୟରେ ଛତିଶଗଡ଼ ପୁଲିସ ଦ୍ବାରା ଗଞ୍ଜେଇ ଓ କାର ଚାଳକ ସହ ଧରା ପଡ଼ିଥିଲେ । କାର ଚାଳକ ହରଭଙ୍ଗା ବ୍ଲକ ସାଲକଟା ଗ୍ରାମର ରବୀନ୍ଦ୍ର ଭୋକ୍ତା ବୋଲି ଜଣାପଡ଼ିଛି । ଛତିଶଗଡ଼ ପୁଲିସ ମାମଲା ରୁଜୁ କରି ଏଏସ୍ଆଇ ଶ୍ରୀ ମେହେର ଓ ଚାଳକ ଶ୍ରୀ ଭୋକ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶ୍ରୀ ମେହେର ବୌଦ୍ଧ ଜିଲାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥୂବା ସମୟରେ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ତାଙ୍କ ବିରୋଧରେ ୨ ଥର ମାମଲା ହୋଇଥିଲା । Advertisement
ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଗତ କାଲି ବିଲମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ବେଳେ ୫ ଜଣ ଙ୍କୁ ଗିରଫ କରିଛି। ସୂଚନା…
ଲୁହା ପଥର ଗୁଣ୍ଡ ଚୋରା ଚାଲାଣ – ୬ ଗିରଫ ,୩ ଟ୍ରକ ଜବତ ପାଲଲହଡା – ବହୁ ଦିନରୁ ବନ୍ଦ ପଡିଥିବା ଲୁହାପଥର କ୍ରସରରୁ ରାତି ଅଧିଆ ଲୁହାପଥର ଗୁଣ୍ଡ ଚୋରା ଚାଲାଣ କରିବା ବେଳେ ପୁଲିସ ଚଢ଼ାଉ କରି ୬…
ପୁଣି ସକ୍ରିୟ ଗଞ୍ଜେଇ ମଫିଆ – ବଢିଛି ଗଞ୍ଜେଇ ଚାଷ ପୁଣି ସକ୍ରିୟ ଗଞ୍ଜେଇ ମଫିଆ – ବଢିଛି ଗଞ୍ଜେଇ ଚା ଅନୁଗୁଳ – ଏକଦା ଗଞ୍ଜେଇ ହବ୍ କୁହା ଯାଉଥିବା ଅନୁଗୁଳ ଜିଲ୍ଲାରେ ପୁଣି ଚେଇଁଲେଣି ଗଞ୍ଜେଇ…