ମୁଖ୍ୟ ଖବର ୨୦ଦଫା ଦାବି ନେଇ ଖଣି ବନ୍ଦ Angul OnlineJuly 21, 2024July 21, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ୨୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ କୋଇଲା ଖଣି ଏବଂ ସମସ୍ତ ଶିଳ୍ପାନୁଷ୍ଠାନ ଗୁଡିକୁ ବନ୍ଦ ଡାକରା ଦିଆଯାଇଛି । ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ସମସ୍ତ କୋଇଲା ଖଣି ଗୁଡିକୁ ବନ୍ଦ କରିବା ସହିତ ଧାରଣା ଦିଆଯାଇଛି । ସୂଚନା ଅନୁସାରେ ତାଳଚେର ବାସୀଙ୍କ ପ୍ରତି ଏମସିଏଲ ଓ ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡିକ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସୁରକ୍ଷା ମଞ୍ଚ ପକ୍ଷରୁ ଖଣି ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ମୁଖ୍ୟତଃ ବିଭିନ୍ନ ଖଣି ଗୁଡିକରେ ନିଯୁକ୍ତି , ପୁନଃବାସ ଓ ସରକାରଙ୍କ ନିୟମ ଅନୁସାରେ ବିସ୍ଥାପିତଙ୍କୁ ଅର୍ଥ ପ୍ରଦାନ ଏବଂ କେନ୍ଦ୍ର ଦ୍ୱାରା ଚିହ୍ନଟ ସମସ୍ତ କୋଲ ବ୍ଲକ ଗୁଡିକୁ ଏମ୍ ସି ଏଲ କୁ ପ୍ରଦାନ ସହିତ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜକୁ ଚଳିତ ବର୍ଷ ଠାରୁ ଆରମ୍ଭ କରିବା ଆଦି ଦାବି ନେଇ ଖଣି ବନ୍ଦ ଆନ୍ଦୋଳନର ଡାକରା ଦେଇଛି ସୁରକ୍ଷା ମଞ୍ଚ । ଫଳରେ ତାଳଚେର ଅଞ୍ଚଳର ସମସ୍ତ କୋଇଲା ଖଣିରୁ କୋଇଲା ଉତ୍ପାଦନ ଓ ପରିବହନ ବନ୍ଦ ରହିଛି । ସେପଟେ ନାଲକୋରୁ ନିର୍ଗତ ପାଉଁଶ ସ୍ଲରି ମାଧ୍ୟମରେ ଭରତପୁର ଖଣିରେ ପଡିଥାଏ । ତେବେ ଏହି ସ୍ଲରିକୁ ମଧ୍ୟ ବନ୍ଦ କରିବା ଫଳରେ ନାଲକୋ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଏହି ବନ୍ଦକୁ ତାଳଚେର ବିଧାୟକ ସମର୍ଥନ କରି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । Advertisement
ଦୁଇ ମଟରସାଇକେଲ ମୁହାଁ ମୁହିଁ ଧକ୍କା , ନାବାଳିକା ମୃତ,୩ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଭଟ୍ଟପାଳ ଗ୍ରାମ ଠାରେ ଗୁରୁବାର ମଧ୍ୟାହ୍ନରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ…
ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ସାରୁଆଳି ଜଙ୍ଗଲରୁ ଜଣେ ୫୦ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଆଜି ଗାଁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଛି । ମୃତ ବୃଦ୍ଧ…
ତୈଳଦର ବୃଦ୍ଧି ବିରୁଦ୍ଧରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ ଅନୁଗୁଳ – ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ୍ ଓ ନିତ୍ୟବ୍ୟବହାର୍ଯ୍ୟ ଜନିଷର ଆକାଶଛୁଆଁ ମୂଲ୍ୟବୃଦ୍ଧି ବିରୁଦ୍ଧରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଡାକରା ଦିଆଯାଇଥିବା ସାରା ଓଡିଶା ପ୍ରତିବାଦ ଦିବସ ଉପଲକ୍ଷେ…