ମୁଖ୍ୟ ଖବର କ୍ରିସ ହସପିଟାଲ ଉପରେ ସରକାରୀ ପ୍ରତିବନ୍ଧକ ଲଗାଇବା ସହ ରେଜିଷ୍ଟର ସିଜ କଲା ସ୍ୱାସ୍ଥ୍ୟ ବିଭାଗ Angul OnlineJuly 21, 2024July 21, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଜିଲ୍ଲାପାଳଙ୍କ ନିର୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯିବା ସହ ଓପିଡି ରେଜିଷ୍ଟର ସିଜ କରା ଯାଇଛି । ଏହା ସହ ଡାକ୍ତରଖାନାରେ ବର୍ତ୍ତମାନଠାରୁ ପରବର୍ତ୍ତୀ ନିର୍ଦେଶ ନ ଆସିବା ପର୍ଯ୍ୟନ୍ତ ନୂଆଁ ରୋଗୀ ଆଡମିସନ ଉପରେ ପ୍ରତିବନ୍ଧକ ଲଗା ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ ଛେଣ୍ଡିପଦା କ୍ରିସ ହସ୍ପିଟାଲରେ ଗତକାଲି ସନ୍ଧ୍ୟାରେ ହଠାତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରା ଯାଇଥିଲା । ଅନୁଗୁଳ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇ ହସ୍ପିଟାଲର ନୂତନ ରୋଗୀ ଆଡ଼ମିଶନ ଉପରେ ପ୍ରତିବନ୍ଧକ ଲଗା ଯାଇଛି l ତେବେ କାହିଁକି ଏଭଳି କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ନେଇ ଡାକ୍ତରଖାନାର କୌଣସି ତ୍ରୁଟି ଥାଇପାରେ ବୋଲି ସନ୍ଦେହ କରା ଯାଉଛି । Advertisement
ଦାବି ପୂରଣ ପାଇଁ ଆନ୍ଦୋଳନ ବେଳେ ୧୭ ଆନ୍ଦୋଳନକାରୀ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ନତଡ଼ା ଗ୍ରାମବାସୀମାନେ ନିଯୁକ୍ତି ଓ ଥଇଥାନ ଦାବିରେ ବଳରାମ କୋଇଲା ଖଣିର ୯ ଓ ୧୦ ନମ୍ବର ରେଲୱେ ସାଇଡିଂ…
କରୋନା ମୁକାବିଲା -୧୦ ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ଅନୁଗୁଳ ଦାୟିତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଏହାର ମୁକାବିଲା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।…
ନେହେରୁ ଶତାବ୍ଦୀ ହସ୍ପିଟାଲ ହେଲା ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି । ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍) ପରିଚାଳିତ ଏହି ହସ୍ପିଟାଲକୁ ରାଜ୍ୟ…