ମୁଖ୍ୟ ଖବର ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ ଓ ତାଙ୍କ ସ୍ଵାମୀ – ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ Angul OnlineJuly 23, 2024July 23, 2024 ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁଶୁବା ପଞ୍ଚାୟତ ସରପଞ୍ଚ ଓ ତାଙ୍କ ସ୍ୱାମୀ ଶିଶିର ସାମଲ । ଜଣେ ହିତାଧିକାରୀଙ୍କ “ମୋ ପୋଖରୀ” ଖୋଳାର ବିଲ ପାସ କରାଇଦେବା ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ ହାତରେ ଧରାପଡିଥିଲେ । ଅଭିଯୋଗ ଅନୁଯାୟୀ ଗେଙ୍ଗୁଟିଆ ଗାଁର ପଦ୍ମ ଚରଣ ପ୍ରଧାନ ମୋ ପୋଖରୀ ଯୋଜନାରେ ପୋଖରୀ ଖୋଳାଇଥିବା ବେଳେ ଏହାର ବିଲ ପାସ ପାଇଁ ସରପଞ୍ଚ ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଏ ନେଇ ପଦ୍ମ ଚରଣ ଅନୁଗୁଳ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ । ଏହାପରେ ଆଜି ଯୋଜନା ମୁତାବକ ପଞ୍ଚାୟତ କାର୍ଯ୍ୟାଳୟରେ ପଦ୍ମ ଚରଣଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ କାବୁ କରିବା ସହ ଟଙ୍କା ଜବତ କରିଥିଲା । ଅନୁଗୁଳ ଭିଜିଲାନ୍ସ DSP ପ୍ରଦୀପ କୁମାର ସାମଲଙ୍କ ନେତୃତ୍ୱରେ ଗଠିତ ଟିମ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ କାବୁ କରିଥିବାବେଳେ ଏ ନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି । Advertisement
ଶଶୁର ଘର ଗାଁରେ ଗଲା ଜ୍ଵାଇଁ ଜୀବନ – ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଶ୍ୟାମସୁନ୍ଦରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ବଶୁର ଘର ଗାଁକୁ ବୁଲି ଆସିଥିବା ବେଳେ ଜ୍ବାଇଁର ଜୀବନ…
୨ ଦୁର୍ଦାନ୍ତ ଅପରାଧୀ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲାର ୨ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ପୁଲିସ । ଜିଲ୍ଲାର ଏନଟିପିସି ଥାନା ଅଞ୍ଚଳରେ କିଛି ଦିନ ହେବ ଟ୍ରକ୍…
ଗେଲ ଇଣ୍ଡିଆର ଏକ ପାଇପ ଲାଇନରୁ ଗ୍ଯାସ ଲିକ – ଭୟଭୀତ ଅଞ୍ଚଳବାସୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ପିଙ୍ଗୁଆ ଠାରେ ଗ୍ୟାସ ପାଇପଳାଇନରୁ ଗ୍ୟାସ ଲିକ ହୋଇଥିଲା ଯାହା ଫଳରେ ପିଙ୍ଗୁଆ ଲୋକ ଭୟଭୀତ ହୋଇ ପଡିଥିଲେ । ସୂଚନା…