ଆଞ୍ଚଳିକ କଳାକାରର ପ୍ରତିଷ୍ଠାତା ଶରତ କୁମାର ମାଝୀଙ୍କ ଅକାଳ ବିୟୋଗ Angul OnlineJuly 29, 2024July 29, 2024 ଅନୁଗୁଳ – ଅନୁଗୁଳର ସେବା ସାଂସ୍କୃତିକ ଅନୁଷ୍ଠାନ କଳାକାରର ପ୍ରତିଷ୍ଠାତା ଶରତ କୁମାର ମାଝୀଙ୍କର ରବିବାର ଦିନ ୬୦ ବର୍ଷ ବୟସରେ ଚିକିସାଧନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ଶରତ ମାଝୀଙ୍କର ଏହି ଅକାଳ ବିୟୋଗରେ ଅନୁଗୁଳ କଳାକାର ଅନୁଷ୍ଠାନ ତରଫରୁ କଳାକାରର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ସୋମବାର ସ୍ଥାନୀୟ ବାସନ୍ତୀ ଦୂର୍ଗା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କଳାକାର ବରିଷ୍ଠ ସଦସ୍ୟ ତଥା କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ। ପ୍ରଥମେ ସ୍ୱର୍ଗତ ଶରତ ମାଝୀଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଅନୁଷ୍ଠାନର ସଦସ୍ୟମାନଙ୍କର ଦ୍ୱାରା ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏବଂ ତାଙ୍କ ପରିବାରକୁ ଏହି ଦୁଃଖଦ ସମୟରେ ଭଗବାନ ଶକ୍ତି ଦିଅନ୍ତୁ ବୋଲି ଭଗବାନଙ୍କ ନିକଟରେ ନିବେଦନ କରାଯାଇଥିଲା। ମଞ୍ଚ ଅଭିନେତା, ନିର୍ଦ୍ଦେଶନା ସହ ଜଣେ ବଡ଼ ସଙ୍ଗଠକ ଥିଲେ ଶରତ ମାଝା। ତାଳଚେରର ଗୋପୀନାଥପୁରରେ ଜନ୍ମ ଗ୍ରହଣ କରିଥିଲେ। ରାଜ୍ୟ ପୁଲିସର ମିନିଷ୍ଟିରିଆଲ ପୋଷ୍ଟରେ ଚାକିରି ଜୀବନରୁ ୨ମାସ ତଳେ ଅବସର ନେଇଥିଲେ । ରାଜ୍ୟ ପୁଲିସରେ ଚାକିରି ସମୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନାଟକର ପ୍ରଚାର ପ୍ରସାର କରୁଥିଲେ । ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ପଢୁଥିବା ସମୟରେ ଡ୍ରାମାଟିକ ସୋସାଇଟର ସମ୍ପାଦକ ରହିଥିଲେ । ୧୯୮୪ ମସିହାରୁ ଅନୁଗୁଳର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କଳାକାରର ପ୍ରତିଷ୍ଠା କରିଥିଲେ । ଗୁଣ୍ଡା, ପେଟ ପାଇଁ ନାଟ, ଛାଇ ଆଲୁଅର ଖେଳ ଆଦି ୨୦ରୁ ଉର୍ଦ୍ଧ୍ବ ନାଟକର ନିର୍ଦ୍ଦେଶନା ଦେବାସହ ବହିମାନ, ସର୍ପଯଜ୍ଞ, ଶୁଖୁଲା ସମୁଦ୍ର, ଶୂନ ଠାରୁ ଏକ ଯାଏ ଆଦି ୮୦ରୁ ଊର୍ଦ୍ଧ୍ବ ନାଟକରେ ନିଜ ଅଭିନୟର ସ୍ପର୍ଶ ଛାଡ଼ିଥିଲେ । ମଞ୍ଚ ନାଟକ ନୁହଁ ଚଳଚ୍ଚିତ୍ର, ଧାରାବାହିକ, ରେଡ଼ିଓ, ଦୂରଦର୍ଶନରେ ଅଭିନୟ କରି ବହୁ ପୁରସ୍କାର ଓ ସମ୍ମାନ ପାଇଥିଲେ । ୨୦୨୧ ମସିହାରେ ଅନୁଗୁଳ ଜିଲ୍ଲା ପ୍ରଶାସନ ସ୍ୱର୍ଗତ ମାଝୀଙ୍କୁ ଅନୁଗୁଳ ଗୌରବ ସମ୍ମାନରେ ସମ୍ମାନୀତ କରିଥିଲେ। ତାଙ୍କ ବିୟୋଗରେ କଳାକାର ପରିବାରର ଅପୂରଣୀୟ କ୍ଷତି ହୋଇଛି। ସଭାରେ ଦେବବ୍ରତ ପଟ୍ଟନାୟକ, ବିରେନ୍ଦ୍ର କୁମାର ପ୍ରଧାନ, ପ୍ରଶାନ୍ତ କୁମାର ରଥ, ଅନିତା ସିଂଦେଓ, ବିଦେଶି ନାଏକ, ପ୍ରଫୁଲ୍ଲ କୁମାର ଦାସ, ଅଜୟ କୁମାର ସାହୁ, ରୁଚିର କୁମାର ବରାଳଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । Advertisement
କେନାଲରୁ ଜଣଙ୍କର ଓ ଡ୍ରେନରୁ ଜଣଙ୍କର ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେରର ଏକ କେନାଲରୁ ଜଣଙ୍କର ମୃତଦେହ ଉଦ୍ଧାର କରା ଯାଇଥିବା ବେଳେ ଜରପଡା ଥାନା ତୁକୁଡାର ଏକ ଡ୍ରେନରୁ ଆଉ ଜଣଙ୍କର…
ଦିଶା ବୈଠକରେ ଜାତୀୟ ରାଜପଥ ସହ ରେଳ ଲାଇନ କାର୍ଯ୍ୟକୁ ତୁରନ୍ତ ସାରିବାକୁ ଗୁରୁତ୍ଵ ଅନୁଗୁଳ – ବିଭିନ୍ନ ଗ୍ରାମୀଣ ଉନ୍ନୟନ କାର୍ଯ୍ୟକ୍ରମର ସମନ୍ବୟ ଓ ପର୍ଯ୍ୟାଲେଚନା ନିମନ୍ତେ ଗଠିତ କମିଟି ( ଡିଶା ) ର ଏକ ବୈଠକ ଆଜି ପୂର୍ବାହ୍ନରେ…
ପାଠଶାଳା ଦେବ ନବମାଳତୀ ମେଧା ସମ୍ମାନ ଅନୁଗୋଳ – ସାମାଜିକ ଅନୁଷ୍ଠାନ ପାଠଶାଳା ୨୦୨୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ଏହି ଅନୁଷ୍ଠାନ ଶିକ୍ଷା ପାଇଁ ସମର୍ପିତ ଭାବ ରଖି ତାର କାର୍ଯ୍ୟ ଜାରି…