ମୁଖ୍ୟ ଖବର ଦୁର୍ଘଟଣାରେ ଦୁଇ ମୃତ Angul OnlineJuly 31, 2024July 31, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ତୁବେଠାରେ ଏକ ମୋଟରସାଇକେଲକୁ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଛେଣ୍ଡିପଦା କୋରଡ଼ା ଗାଁର ସାଗର ବେହେରା । ସେ ଏକ ମୋଟରସାଇକେଲରେ ଅନୁଗୁଳ ଆଡକୁ ଯାଉଥିବା ବେଳେ ଅନୁଗୁଳ ପଟରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସାଗରଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାକୁ ନେଇ କିଛି ସମୟ ଉତ୍ତେଜନା ଦେଖା ଦେଇଥିବା ବେଳେ ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ସେହିପରି ବଇଣ୍ଡା ଲୁହାମୁଣ୍ଡା ନିକଟରେ ଏକ ସଡକ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଦୁର୍ଗାପୁର ଗ୍ରାମ ର ସୁବ୍ରତ ବେହେରା ବୋଲି ଜଣା ପଡିଛି । Advertisement
ଉଦଘାଟନ ହେବ ଅତ୍ୟାଧୁନିକ ବସ ଟର୍ମିନାଲ !! ଅନୁଗୁଳ – ବର୍ଷ ପରେ ବର୍ଷ ଗଡ଼ି ଚାଲିଛି । ହେଲେ ସରିବାର ନାଁ ନେଉନି ଅନୁଗୁଳରେ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବସ୍ ଟର୍ମିନାଲ୍ କାର୍ଯ୍ୟ ।…
ଝିଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ ଅନୁଗୋଳ – ନିଜ ଜନ୍ମ କଲା ଝିଅକୁ ସାମାନ୍ୟ ଘଟଣା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ…
ଟ୍ରେନରୁ ପଡି ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବେଣାଗାଡ଼ିଆ ନିକଟରେ ଚଳନ୍ତା ଟ୍ରେନରୁ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କେନ୍ଦ୍ରାପଡା ଅଞ୍ଚଳର ଛବିନ୍ଦ୍ର କୁମାର ଗୋଛୟତ…