ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରା ଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଧେଶ କ୍ରମେ ଅନୁଗୁଳ ପୌରାଞ୍ଚଳର ପୂର୍ବତନ ପୌରାଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ରାଉତ ଓ ଛେଣ୍ଡିପଦା ବ୍ଲକର ପୂର୍ବତନ ସଭାପତି ଶ୍ରୀ ଅଜିତ କୁମାର ପ୍ରଧାନଙ୍କୁ ଦଳରୁ ନିଲମ୍ବନ କରା ଯାଇଛି । ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ସୂଚନା ଅନୁସାରେ ଉଭୟ ଅନେକ ଦିନ ହେଲା ଦଳ ବିରୋଧୀ କାର୍ଯ୍ୟ କରି ଆସୁଥିଲେ । ଏଥିପାଇଁ ତାଙ୍କୁ କଂଗ୍ରେସ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରା ଯାଇଛି । ଆଗାମୀ ଦିନରେ ଅନୁଗୁଳ କଂଗ୍ରେସକୁ ମଜଭୁତ କରିବାକୁ ଏଭଳି ପଦକ୍ଷେପକୁ ଜିଲ୍ଲାର ସମସ୍ତ ନେତୃମଣ୍ଡଳୀ , କାର୍ଯ୍ୟକର୍ତ୍ତା ଓ କର୍ମୀ ସ୍ୱାଗତ କରିଛନ୍ତି ।
What’s your Reaction?
+1
+1
+1
+1
+1
+1
+1