ମୁଖ୍ୟ ଖବର ସାବଧାନ ଗାଡି ଚାଳକ-ଜାତୀୟ ରାଜପଥର ବଅଁରପାଳରୁ ରନ୍ତଲେଇ ମଧ୍ୟରେ ଜଗିବ ଇଣ୍ଟରସେପଟର Angul OnlineAugust 2, 2024August 2, 2024 ଅନୁଗୁଳ – ଜାତୀୟ ରାଜପଥରେ ଅମାନିଆ ଚାଳକଙ୍କ ଉପରେ ନଜର ରଖିବା ଇଣ୍ଟରସେପଟର । ଏ ନେଇ ନିର୍ଦେଶନାମା ଜାରି କରିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ । ସୂଚନା ଅନୁସାରେ ଗତ ଜୁଲାଇ ୧୧ ତାରିଖରେ ଜିଲ୍ଲା ସଡକ ସୁରକ୍ଷା କମିଟିର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଆ ଯାଇଥିବା ନିଷ୍ପତ୍ତି ଅନୁଯାୟୀ ଜାତୀୟ ରାଜପଥ ୫୫ ର ବଅଁରପାଳରୁ ରନ୍ତଲେଇ ମଧ୍ୟରେ ଇଣ୍ଟରସେପଟର ରହିବା । ଭିନ୍ନ ଭିନ୍ନ ଦିନ ଅଲଗା ଅଲଗା ସ୍ଥାନରେ ରହି ଇଣ୍ଟରସେପଟର ରହି ଅମାନିଆ ଗାଡି ଚାଳକଙ୍କ ଉପରେ ତିକ୍ଷ୍ନ ନଜର ରଖିବା । ମୁଖ୍ଯତଃ ବିନା ହେଲେମେଟରେ ଗାଡି ଚଲାଉଥିବା , ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରୁଥିବା , ତିନି ଜଣ ହୋଇ ମୋଟରସାଇକେଲ ଚଢୁଥିବା , ଓଭର ସ୍ପିଡରେ ଗାଡି ଚାଳନା କରୁଥିବା ଗାଡି ଚାଳକଙ୍କ ଫଟୋ ଉଠାଇବା ସହ ଇ ଚାଲାଣ କଟାଯିବ । ଦିନକୁ ଅନ୍ଯୁନ ୫୦ ଟି ମାମଲା ରୁଜୁ କରିବାକୁ ନିର୍ଦେଶନାମା ଜାରି କରିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ । Advertisement
ପୁଲିସର ଥାର୍ଡଡିଗ୍ରୀରେ ବୃଦ୍ଧ ଗୁରୁତର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୁଲିସ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆସିଛି । ଥାର୍ଡ ଡିଗ୍ରୀ ନିର୍ଯାତନା ଦେବା ଫଳରେ ଜଣେ ବୃଦ୍ଧ ଗୁରୁତର ହୋଇ…
ପୋଖରୀରେ ବୁଡି ବାପ-ପୁଅ ମୃତ ଅନୁଗୁଳ – ଅନୁଗୁଳ ବଅଁରପାଳ ଥାନା କଇଁଛବାହାଳ ଗାଁରେ ଅଭାବନୀୟ ଘଟଣା ଘଟି ଯାଇଛି । ଗାଧେଇବାକୁ ଯାଇ ପାଣିରେ ବୁଡି ୪ ବର୍ଷର ପୁଅ ସମେତ…
ପଞ୍ଚାୟତ ସ୍ତରରେ ହେବ ଜନ ଶୁଣାଣି – ଜିଲ୍ଲାପାଳ ଦେଲେ ନିର୍ଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ପଞ୍ଚାୟତରେ ଏବେ ଲୋକ ନିଜ ଅଭିଯୋଗ କରି ପାରିବେ । ଏଥିପାଇଁ ସପ୍ତାହର ସୋମବାର ଦିନ ସ୍ଥାନୀୟ…