ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଅନୁଗୁଳ ଅବକାରୀ ବିଭାଗ ହାବୁଡ଼ରେ ଧରା ପଡିଲେ ଦୁଇ ଗଞ୍ଜେଇ ବେପାରୀ । ସେମାନଙ୍କ ନିକଟରୁ ଜବତ ହେଲା ୧୦୦ କେଜି ଗଞ୍ଜେଇ । ସୂଚନା ଅନୁସାରେ ଆଜି ଅନୁଗୁଳ ପଞ୍ଚମହଲା ନିକଟରେ ଅବକାରୀ ବିଭାଗ ତରଫରୁ ପେଟ୍ରୋଲିଂ କରା ଯାଉଥିଲା । ଏହି ସମୟରେ ସମ୍ବଲପୁର ଦିଗରୁ ଆସୁଥିବା ଏକ କାର ଦ୍ରୁତ ଗତିରେ ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ବିଭାଗ ଅଟକାଇ ଦେଇଥିଲା । ଜାଞ୍ଚ ବେଳେ କାରରୁ ୧୦୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଗଞ୍ଜେଇ ଜବତ ପରେ କାରରେ ଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ । ଗିରଫ ଦୁଇଜଣ ହେଲେ କନ୍ଧମାଳ ଜିଲ୍ଲାର ନବୀନ ପାତ୍ର ଓ ଭିକୁନ ମହାକୁଡ଼ । ଏହି ଦୁଇ ଜଣ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ବାହାର ଜିଲ୍ଲାକୁ ଚୋରା ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ଅଧିକ ତଦନ୍ତ କରୁଛି ।
What’s your Reaction?
+1
+1
+1
+1
+1
2
+1
+1