ସମସ୍ୟା ଆଳୁ ପାଇଁ ଯୋଗାଣ କାର୍ଯ୍ୟାଳୟ ଘେରିଲା କଂଗ୍ରେସ Angul OnlineAugust 7, 2024August 7, 2024 ଅନୁଗୁଳ – ସାରା ରାଜ୍ୟରେ ଆଳୁ ଦର ଚିନ୍ତାଜନକ ଥିବା ବେଳେ ଅନୁଗୁଳ ଜିଲ୍ଲାର ମଧ୍ୟ ଆଳୁ ଦର ୪୦ ଟଙ୍କା ଉପରେ ରହିଛି । ଏଥିପାଇଁ ଅନୁଗୁଳ ଜିଲ୍ଲା କଂଗ୍ରେସ ଆଳୁ ଦର ନିୟନ୍ତ୍ରଣ ପାଇଁ ଦାବି କରିଛି । ଆଳୁ ସମେତ ଅନ୍ୟାନ୍ୟ ପନିପରିବା ଦରର ବୃଦ୍ଧି ଉପରେ ନିୟନ୍ତ୍ରଣ ଦାବି କରି କଂଗ୍ରେସ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଯାଇ ଦାବିପତ୍ର ପ୍ରଦାନ କରିଛି । ବଜାରରେ ପନିପରିବା ଉପରେ ଯେଉଁଭଳି ଦର ବୃଦ୍ଧି ହେଉଛି ଏହା ଉପରେ ପ୍ରଶାସନ ନିୟନ୍ତ୍ରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଜିର ଏହି ପ୍ରତିବାଦ ବେଳେ ଅନୁଗୁଳ ଜିଲ୍ଲା କଂଗ୍ରେସର ପୂର୍ବତନ ଉପ ସଭାପତି ବଲବୀର ସିଂ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ , ଛାତ୍ର କଂଗ୍ରେସ ସଭପତି ପ୍ରଦ୍ୟୁମ୍ନ ସାହୁ ଓ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । Advertisement
ପାଣି ଯୋଗାଣ ଦାବିରେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଗ୍ରାମ ପଞ୍ଚାୟତବାସୀ ୫ ଦିନ ହେଲା ପାଣି ପାଇଁ ଦହଗଞ୍ଜ ହେଉଛନ୍ତି । ପାଇପ୍ ଲାଇନରେ…
ପରିବିକ୍ଷଣ ଗୃହରେ ହେବ କୋଭିଡ କେୟାର ସେଣ୍ଟର ଅନୁଗୁଳ – ଅନୁଗୁଳ ସ୍ଵତନ୍ତ୍ର ଗୃହ ବା ଉପଖଣ୍ଡ ପରିବିକ୍ଷଣ ଗୃହରେ କରୋନା ଚିହ୍ନଟ ପରେ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ସ୍ଵତନ୍ତ୍ର ଗୃହ…
ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ବଲଙ୍ଗ ପଞ୍ଚାୟତରେ ଅବସ୍ଥିତ ବଲଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ଦାବିରେ ଆଜି ପଞ୍ଚାୟତର ବଲଙ୍ଗ,…