ଖେଳ ଓ ଖେଳାଳି ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟ ଆରମ୍ଭ Angul OnlineAugust 7, 2024August 7, 2024 ଅନୁଗୁଳ – ଓ.ପି ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଓମ୍ ପ୍ରକାଶ ଜିନ୍ଦଲ ଜୀଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜେଏସପି ଫାଉଣ୍ଡେସନ୍ ଆନୁକୂଲ୍ୟରେ ଆଜି ଠାରୁ ଅନୁଗୁଳରେ ଆରମ୍ଭ ହେଇଛି ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଂଟ । ୧୨ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଂଟଟି ଅନୁଗୁଳର ପିଟିସି ଗ୍ରାଉଣ୍ଡରେ ଅପରାହ୍ଣ ୩ଟାରେ ଆରମ୍ଭ ହୋଇଥିଲା । ଏହି ଟୁର୍ଣ୍ଣାମେଂଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ଟି ଦଳ ସମ୍ମାନଜନକ ଓ.ପି ଜିନ୍ଦଲ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଟୁର୍ଣ୍ଣାମେଂଟର ଉଦଘାଟନୀ କାଯ୍ୟକ୍ରମରେ ଏଡିଏମ୍ (ଜେନେରାଲ) ପ୍ରତାପ ପ୍ରୀତିମୟ, ଏଡିମ୍ (ରାଜସ୍ୱ) ଶରତ ଚନ୍ଦ୍ର ମହପାତ୍ରଙ୍କ ସମେତ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ଅନୁଗୁଳ ପ୍ଲାଂଟ୍ ମୁଖ୍ୟ ଶ୍ରୀ ପଙ୍କଜ ମଲହାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ୧୮ ଅଗଷ୍ଟରେ ଅନୁଷ୍ଟିତ ହେବ Advertisement
ମସଲମାନିଆ ଇଣ୍ଡିଆ ଚାମ୍ପିଆନ ସିପରେ ଚମକିଲେ ବିଦୁର ଅନୁଗୁଳ – ଦିଲ୍ଲୀରେ ଚମକିଲେ ଅନୁଗୁଳର ପୁଅ ବିଦୁର । ଶହ ଶହ ପ୍ରତିଦ୍ଵନ୍ଦୀଙ୍କୁ ପଛରେ ପକାଇ ଅନୁଗୁଳର ବିଦୁର କୁମାର ମହାପାତ୍ର ମସଲମାନିଆ ଇଣ୍ଡିଆ ୨୦୨୧…
ଓପି ଜିନ୍ଦଲ କପ – ଝାରସୁଗୁଡା ଚମ୍ପିୟାନ , ବାଗଡିଆ ରନର୍ସ ଅପ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲର ଫାଇନାଲରେ ଝାରସୁଗୁଡା ଦଳ ବାଗେଡ଼ିଆକୁ ୨ – ୧ ଗୋଲରେ ପରାସ୍ତ କରି…
ତୁରଙ୍ଗ କପ ଫୁଟବଲ – ଜଗା ୟୁନାଇଟେଡ଼ ଚମ୍ପିୟାନ ଅନୁଗୁଳ – ତୁରଙ୍ଗ ସ୍ଥିତ ବିଜୁ ପଟନାୟକ ମିନି ଷ୍ଟାଦିୟମ ଠାରେ ୧୧ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟ ର ଉଦଯାପନି ଉତ୍ସବ ପାଳନ ହୋଇଯାଇଛି ।…