ଜଳିଗଲା ୨ ଟ୍ରକ ସହ ମଦ – ମଦ ଡିପୋରେ ଅଗ୍ନିକାଣ୍ଡ

ଜଳିଗଲା ୨ ଟ୍ରକ ସହ ମଦ – ମଦ ଡିପୋରେ ଅଗ୍ନିକାଣ୍ଡ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଗାଁ ସ୍ଥିତ ରାଜ୍ୟ ସରକାରଙ୍କର ପାନୀୟ ନିଗମ ଗୋଦାମ ପରିସରରେ ୨ଟି ମଦ ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ଘଟି ବିପୁଳ ପରିମାଣର କ୍ଷୟକ୍ଷତି ଘଟିଛି । ସୂଚନା ଅନୁସାରେ , ଖୋର୍ଦ୍ଧା ମଦ ଡିପୋରୁ ଆଜି ୨ ଟ୍ରକରେ ବିୟର ବୋଝେଇ ହୋଇ ଦୁର୍ଗାପୁର ଠାରେ ଥିବା ଗୋଦାମକୁ ଆସିଥିଲା । ରବିବାର ଛୁଟି ଦିନ ଥିବାରୁ ଟ୍ରକ ଦୁଇଟି ଖାଲି ହୋଇପାରିନଥିଲା । ଗୋଦାମ ପରିସରରେ ଟ୍ରକ ଦୁଇଟି ଛିଡା ହୋଇଥିଲା ବେଳେ ୨ ଟ୍ରକରେ ନିଆଁ ଲାଗି ବୋତଲ ଫାଟିବାକୁ ଲାଗିଥିଲା । ଏହା ଦେଖି ସେଠାରେ ଥିବା ସିକୁରିଟି ଗାର୍ଡ ମାନେ ସ୍ଥାନୀୟ ପୂଲିସ ଓ ଦମକଳ ବିଭାଗକୁ ଖବର ଦେଇଥିଲେ । ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗଁ ହୋଇଥିବା ଅଗ୍ନିଶମ ବିଭାଗ ସନ୍ଦେହ କରିଥିବା ବେଳେ ଲାକ୍ଷାଧିକ ଟଙ୍କାର ମଦ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇଁ ଅବକାରୀ ବିଭାଗ କର୍ମଚାରୀ ମାନେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply