ଆଠମଲ୍ଲିକ – ପାଇଖାନା ଟାଙ୍କି ସେଟରିଂ ଖୋଲିବା ବେଳେ ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଧଉରାପାଲି ଗାଁରେ ଘଟିଛି । ସୂଚନା ଅନୁସାରେ ଗାଁର ଜଣେ ଶିକ୍ଷକଙ୍କ ଘର ପଛ ପାଖରେ ନିର୍ମାଣାଧୀନ ଏକ ପାଇଖାନା ଟାଙ୍କି ଛାତର ସେଟରିଂ ଖୋଲିବା ପାଇଁ ବାଇଜା ଗାଁର ରାଜମିସ୍ତ୍ରୀ ଆରତ ମିର୍ଧା ଓ ରେଙ୍ଗାଳବେଡା ଗାଁର ଶ୍ରମିକ ରୀନା ମାହାର ଟାଙ୍କି ଭିତରକୁ ଯାଇଥିଲେ । ତେବେ ବହୁତ ସମୟ ଧରି ବାହାରକୁ ନ ବାହାରିବାରୁ ସ୍ଥାନୀୟ ଲୋକ ଭିତରକୁ ଦେଖିଥିଲେ । ଦେଖିବା ବେଳକୁ ଉଭୟ ଚେତାଶୂନ୍ୟ ହୋଇ ଟାଙ୍କି ଭିତରେ ପଡିଥିବା ଦେଖିବାକୁ ପାଇଥିଲେ । ଉଭୟଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
What’s your Reaction?
+1
+1
+1
+1
+1
1
+1
+1
1