ଅପରାଧ ବିବାହର ପ୍ରଲୋଭନ ଦେଇ ନାବାଳିକାକୁ ଦୁଷ୍କର୍ମ – ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ Angul OnlineAugust 29, 2024August 29, 2024 ଅନୁଗୁଳ – ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଇ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ତ୍ୱରିତ ବିଚାର ନ୍ୟାୟାଧୀଶ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜୋରିମନା ଦେବାକୁ ଆଦେଶ ଦେଇଛନ୍ତି । ଜୋରିମନା ଅନାଦେୟ ଅଧିକ ଦୁଇ ବର୍ଷ କାରାଦଣ୍ଡ ଭୋଗିବାକୁ ନିର୍ଦେଶରେ ଉଲ୍ଲେଖ ରହିଛି । ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା କରଲଗା ଗାଁର ଶକ୍ତି ନାଏକ ନାମକ ଜଣେ ଯୁବକ ଅନୁଗୁଳ ସଦର ଥାନା ଅଞ୍ଚଳରେ ଥିବା ପିଉସୀ ଘରେ ରହୁଥିଲେ । ସେଠାରେ ରହିବା ସମୟରେ ପଡିଶା ଘରର ଜଣେ ନାବାଳିକା ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ନାବଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ଶକ୍ତି ୧୯/୦୫/୨୦୨୨ ରେ ନାବଳିକାକୁ ନିଜ ଗ୍ରାମ କରଲଗାକୁ ନେଇ ୩ ଦିନ ରହିଥିଲା । ସେଠାରେ ନାବାଳିକାଙ୍କ ଅନିଚ୍ଛା ସତ୍ତ୍ୱେ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲା । ତେବେ ୨/୦୬/୨୦୨୨ ଦିନ ଶକ୍ତି , ନାବଳିକାକୁ କରଲଗା ଗାଁରୁ ଆଣି ପିଉସୀ ଘରେ ରଖିବା ସହ ଏକ ବେଲ ଗଛ ନିକଟରେ ବରଣମାଳା ଦେଇ ବିବାହ କରିଥିଲା । ସେଠାରେ ପୁଣି ୧୦ ଦିନ ଧରି ନାବାଳିକାଙ୍କ ସହ ସମ୍ପର୍କ ରଖିବା ପରେ ନାବାଳିକାଙ୍କୁ ଛାଡି ପଳାଇ ଯାଇଥିଲା । ଆଉ ପରେ ଧରାଛୁଆଁ ଦେଇ ନଥିଲା । ବାଧ୍ୟ ହୋଇ ନାବାଳିକା ଜଣଙ୍କ ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଘଟଣାର ତଦନ୍ତ କରି ଶକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ଘଟଣାରେ ୯ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ କୁମାର ଭୁତିଆ ପରିଚାଳନା କରିଥିଲେ । Advertisement
ମଦ ଦୋକାନ ଡକାୟତି ଘଟଣାରେ ତିନି ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଟିଟିପିଏସ ଠାରେ ଥିବା ଏକ ମଦ ଦୋକାନରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟ ଘଟଣାରେ ତାଳଚେର…
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ ଆଣିଲେ ପରିବାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଝୁଲନ୍ତା ଅବସ୍ଥାର ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି । ତାଳଚେର ବହ୍ଲର ଛକ ନିକଟସ୍ଥ ମନ୍ଦିର ସାମ୍ନା…
ବାହାଘର ବେଳେ କୋଭିଡ ନିୟମ ଉଲ୍ଲଘଂନ କରିବା ପଡିଲା ମହଙ୍ଗା ତାଳଚେର – କୋଭିଡ ନିୟମ ଉଲ୍ଲଙ୍ଘନ କରି ବିବାହ ଉତ୍ସବ ପାଳନ କରିବା ପଡିଛି ମହଙ୍ଗା । ନିୟମ ଠାରୁ ଅଧିକ ସଂଖ୍ଯାରେ ଲୋକ ଜମା ହୋଇଥିବା…