ମର୍ଣ୍ଣିଷ୍ଟାର କ୍ରିକେଟ କପ ଉଦଘାଟିତ

ମର୍ଣ୍ଣିଷ୍ଟାର କ୍ରିକେଟ କପ ଉଦଘାଟିତ

ଅନୁଗୁଳ – ଅନୁଗୁଳ କଦମ ପଡିଆ ଠାରେ ୫ମ ମର୍ଣ୍ଣିଷ୍ଟାର କ୍ରିକେଟ କପ ଉଦଘାଟିତ ହୋଇ ଯାଇଛି । ଆଜିର ଏହି ଉଦଘାଟନୀ ଉତ୍ସବରେ ଅନୁଗୁଳ କ୍ରିକେଟ ଆସୋସିଏସନ ସଭାପତି ପ୍ରତାପ ପ୍ରଧାନ ମୁଖ୍ୟ ଅତିଥି ଓ ସମ୍ପାଦକ ସାଗର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଜିର ଉଦଘଟନୀୟ ମ୍ୟାଚରେ ଅନୁଗୁଳର ଜୟା ଜଗନ୍ନାଥ କ୍ରିକେଟ କ୍ଲବ ବନାମ ନାଇଟ ଷ୍ଟାର କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜୟା ଜଗନ୍ନାଥ କ୍ଲବ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେବା ସହ ନିର୍ଦ୍ଧାରିତ ୧୫ ଓଭରରେ ୯୨ ରାଣା ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ନାଇଟ ଷ୍ଟାର କ୍ରିକେଟ କ୍ଲବ ମାତ୍ର ୭.୩ ଓଭରରେ ଗୋଟିଏ ମାତ୍ର ୱିକେଟ ହରାଇ ବିଜୟ ଲକ୍ଷ ହାସଲ କରି ନେଇଥିଲା ।

 

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply