ରାଜନୀତି ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ Angul OnlineAugust 31, 2024August 31, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ବାଲିପଟା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତି ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ମାନେ ଶନିବାର ଅନୁଗୁଳ ଉପଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ ଏହି ମନମୁଖି କାର୍ଯ୍ୟ ବିରୁଦ୍ଧରେ ୱାର୍ଡ ସଭ୍ୟ ସଭ୍ୟା ମାନେ ଏକ ବୈଠକ କରିବା ସହିତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣିବାକୁ ପ୍ରସ୍ତାବ ଆଗତ କରିଥିଲେ । ଦିର୍ଘଦିନ ହେଲା ସରପଞ୍ଚ ୱାର୍ଡର୍ ସଭ୍ୟ ସଭ୍ୟା ଓ ନାଏବ ସରପଞ୍ଚଙ୍କୁ ପଞ୍ଚାୟତର ସମସ୍ତ କାର୍ଯ୍ୟ ନଜଣାଇ ନିଜେ କରିଛନ୍ତି । ଗ୍ରାମରେ ଅମୃତ ସରୋବର ଯୋଜନାରେ ପୋଖରୀ ଖୋଳା କାର୍ଯ୍ୟ ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ମାତ୍ର ୨ ଲକ୍ଷ ଟଙ୍କର କାର୍ଯ୍ୟ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନଜଣାଇ ଅଜାଣତରେ କରାଯାଇଛି । ପୋଖରୀରୁ ମାଟି ଖୋଳା ବାବଦରେ ୫ ଲକ୍ଷ ଟଙ୍କାର ବିଲ ହୋଇଥିଲେ ମଧ୍ୟ ସେହି ମାଟିକୁ ଗ୍ରାମର ଖେଳପଡିଆରେ ପକାଇ ପୁନର୍ବାର ୫ଲକ୍ଷ ଟଙ୍କାର ବିଲ କରାଯାଇଥିବା ଅଭିଯୋଗ ହୋଇଛି । କିଛି ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ନଜଣାଇ ମନଇଛା ବିଲ କରାଯାଇଥିବା ଏପରିକି ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଆସିଥିବା ଅର୍ଥ ସରପଞ୍ଚ କାହାକୁ ନଜଣାଇ ମନଇଛା ଖର୍ଚ୍ଚ କରିଛନ୍ତି । ସେହିପରି ବାଲିପଟ୍ଟାର ମହିମୁଣ୍ଡା ବନ୍ଧରେ ମନରେଗା ଯୋଜନାରୁ ୫ଲକ୍ଷ ଟଙ୍କାର କାର୍ଯ୍ୟ ହୋଇଥିବାବେଳେ ଉକ୍ତ ବନ୍ଧରୁ ବାହାରିଥିବା ମାଟିକୁ ହାଟ ପଡିଆରେ ପକାଇ ପୁନର୍ବାର ବିଲ କରାଇ ଦୁର୍ନୀତି କରାଯାଇଛି । ଏଭଳି ସରପଞ୍ଚ ବିଭିନ୍ନ ଆର୍ଥିକ ଦୁର୍ନୀତିରେ ଜଡିତ ଥିବାରୁ ବାଲିପଟ୍ଟାର ଗ୍ରାମପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା ମାନେ ନାଏବ ସରପଞ୍ଚ ସୁଦାମ ପ୍ରଧାନଙ୍କ ନେତୃତ୍ୱରେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଅନାସ୍ତା ପ୍ରସ୍ତାବରେ ବାଲିପଟା ଗ୍ରା. ପ.ର ନାଏବ ସରପଞ୍ଚଙ୍କ ସହିତ ୧୫ ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ଦସ୍ତଖତ ସମ୍ବଳିତ ଅନାସ୍ତା ପ୍ରସ୍ତାବ ପାଇଁ ଦାବିପତ୍ର ଦେଇଛନ୍ତି । Advertisement
ଶେଷ ଦିନରେ ପୌରାଧ୍ୟକ୍ଷ ପଦ ପାଇଁ ୫ ଜଣଙ୍କ ନାମାଙ୍କନ ଅନୁଗୁଳ – ଅନୁଗୁଳ ପୌରପାଳିକାର ସୋମବାର ଦିନ ପୌରାଧକ୍ଷ ପଦବୀ ପାଇଁ ୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୫୮ ଜଣ କାଉନସିଲର ପଦବୀ…
ତିନି ସହରାଞ୍ଚଳରେ ୩୩ ୱାର୍ଡ ସଂରକ୍ଷିତ ୨୨ ୱାର୍ଡ ଅଣସଂରକ୍ଷିତ ଭୁବନେଶ୍ଵର – ରାଜ୍ୟର ୧୦୭ଟି ପୌରସଂସ୍ଥାର ୧୭୫୬ କାଉନସିଲର ପଦବୀ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରା ଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସ୍ମିଟ୍ର ଜରିଆରେ…
ଛେଣ୍ଡିପଦାରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦା – ରାଜ୍ୟରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ହେଲେ ମାଆ ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ମୂଲ୍ୟର କୁପନ ଦିଆଯିବ । ଏହି…