ଅପରାଧ ବନ୍ଧୁକ ଓ ଭୁଜାଲି ଦେଖାଇ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ Angul OnlineSeptember 2, 2024September 2, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ନବୀନନଗର ଠାରେ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଗା ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସମେତ ଚେକ୍ ଲୁଟି ନେଲେ ତିନି ଦୃବୃତ୍ତ । ସୂଚନା ଅନୁସାରେ ତାଳଚେର ଅଞ୍ଚଳର ଲୁଗା ବ୍ୟବସାୟୀ ସୋହନ ଲାଲ ମୋଦି ନିଜର ବକେୟା ପଇସା ଆଦାୟ କରି ଖମାର ଅଞ୍ଚଳରୁ ନିଜ କାର ଯୋଗେ ତାଳଚେରକୁ ଫେରୁଥିଲେ । ଏହି ସମୟରେ ପଛପଟୁ ବାଇକ୍ ରେ ତିନି ଜଣ ଦୃବୃତ୍ତ ଆସି ନବୀନନଗର ଠାରେ କାରକୁ ଅଟକାଇଥିଲେ । ଭୁଜାଲିରେ କାରର କାଚ ଭାଙ୍ଗିବା ସହ ବନ୍ଧୁକ ଦେଖାଇ ଗାଡ଼ିରୁ ଟଙ୍କା ବ୍ୟାଗକୁ ଛଡାଇ ନେଇଥିଲେ । ପରେ ସୋହାନ ଲାଲ ଏ ନେଇ ସମଲ ଥାନାରେ ଅଭିଯୋଗ କରିବା ପରେ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ପୁଲିସ୍ ର ତିନୋଟି ଟିମ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିବା ସହ ପାଖରେ ରହିଥିବା ସିସିଟିଭିକୁ ଯାଞ୍ଚ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ଦୁଇ ଚୋର ଗିରଫ , ସୁନା ଜବତ – ଘର ମାଲିକଙ୍କୁ ଆକ୍ରମଣ କରି ଲୁଟି ନେଇଥିଲେ ଟଙ୍କା ଓ ସୁନା ତାଳଚେର – ଘର ମାଲିକଙ୍କୁ ଲହୁଲୁହାଣ କରି ଘରୁ ୮୦ ଭାରି ସୁନା ଏବଂ ଏକ ଲକ୍ଷ ଟଙ୍କା ଚୋରୀ କରିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ…
ଚୋରା କୋଇଲା ଜବତ – ୧୪ ଜଣ ଅଭିଯୁକ୍ତ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଉଭୟ କଣିହାଁ ଓ ସମଲ ଥାନା ଇଲାକାରେ ଥମିବାର ନାଁ ନେଉନି ଚୋରା କୋଇଲା କାରବାର । ବୁଧବାର…
ଚୋରା କୋଇଲା ଚାଲାଣ ଅଭିଯୋଗରେ ଚାରି ଗିରଫ ଅନୁଗୋଳ – ଚୋରା କୋଇଲା ଚାଲାଣ ଅଭିଯୋଗରେ ଅନୁଗୋଳ ସଦର ଥାନା ପୋଲିସ ଆଜି ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା…