ଆଞ୍ଚଳିକ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ Angul OnlineSeptember 7, 2024September 7, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ସମସ୍ତ ସଦସ୍ୟ । ଏନେଇ ସମସ୍ତ ସାହାଯ୍ୟ କରିବେ ବୋଲି ସାଂସଦ ମଧ୍ଯ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି । ଯେଉଁ ଜାଗାରେ ଅଫିସ ନିର୍ମାଣ ହେବ ସାଂସଦ ଆସନ୍ତା ୨୬ ତାରିଖ ଦିନ ସେଠାକୁ ପରିଦର୍ଶନ କରିବାକୁ ଆସିବେ ବୋଲି କହିଛନ୍ତି। ଏ ଅବସରରେ ପ୍ରତିଷ୍ଠାନ ପକ୍ଷରୁ ଆସନ୍ତା ୧୯ ତାରିଖରେ ଆୟୋଜିତ ହେବାକୁ ଥିବା ବିଶାଳ ରକ୍ତ ଦାନ ଶିବିରକୁ ଆସିବା ନିମନ୍ତେ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ସାକ୍ଷାତ ବେଳେ ଅନୁଷ୍ଠାନର ସଭାପତି ଦୀପକ ବର୍ମା, ପୂର୍ବତନ ସଭାପତି ଅଶୋକ କୁମାର ଜୈନ, ଉପ ସଭାପତି ସେକ୍ ରଫିକ, ବିକ୍ରମ ଅଗ୍ରୱାଲ, କାର୍ଯ୍ୟକାରୀ ସମ୍ପାଦକ ବଜରଙ୍ଗ ଲାଲ ମାଣ୍ଡୋଠିଆ ଓ ଚନ୍ଦ୍ରକାନ୍ତି ଧଳ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ସଡକ ଦୁର୍ଘଟଣାରେ ଯୁବକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ମୂଷାପାପୁଲି ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜିଲ୍ଲା…
୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ବିଲ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଦାବୀପତ୍ର ଅନୁଗୋଳ – ଅନୁଗୋଳ ଜିଲ୍ଲା ୬୬୨ ବର୍ଗ (+୨ ଓ +୩) ମହାବିଦ୍ୟାଳୟ ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ…
ନଦୀରେ ବୁଡି ଜଣେ ମୃତ ତାଳଚେର – ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ତାଳଚେର କଙ୍କିଳି ଗ୍ରାମର ତ୍ରିପୁର…