ମୁଖ୍ୟ ଖବର ପୋଖରୀରୁ ଇଟାଭାଟି ଶ୍ରମିକଙ୍କ ମୃତଦେହ ଉଦ୍ଧାର Angul OnlineMarch 8, 2021March 8, 2021 ଅନୁଗୁଳ- ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଗ୍ରାମରେ ଥିବା ଏକ ପୋଖରୀରେ ବୁଡି ଜଣେ ଇଟାଭାଟି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ହେଲେ ଭଦ୍ରକ ଜିଲ୍ଲା ନାଇକାଣିଡହି ଥାନ ଖାଣ୍ଟଖୁଆ ଗାଁର ସରତ କୁମାର ଓଝା ବୋଲି ଜଣା ପଡିଛି l ସୂଚନା ଅନୁସାରେ ସେ , ଭଦ୍ରକ ଜିଲ୍ଲାରୁ ଆସି ଛେଣ୍ତିପଦା ବାହାଳସାହିର ଆନ ସହୁଙ୍କ ପାଖରେ ଇଟା ଭାଟି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ସରତ ଆଜି ଭୋର ସମୟରେ ବାହାଳସାହିର ଏକ ପୋଖରିକୁ ଶୌଚ ହେବାକୁ ଯାଇ ଆଉ ଫେରି ନଥିଲେ । ତାଙ୍କ ସାଥି ଲୋକ ଖୋଜାଖୋଜି କରିବା ବେଳେ ପୋଖରୀ ପାଣିରେ ସରତଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ପୋଖରୀ ଭିତରୁ ଉଦ୍ଧାର କରି ଛେଣ୍ତିପଦା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ କରିବା ପରେ ଘଟଣାର ତଦନ୍ତ କରୁଛି । Advertisement
ପାଉଁରୁଟି ଫ୍ୟାକ୍ଟେରି ଉପରେ ଚଢାଉ – ଅସ୍ଵାସ୍ଥ୍ୟକର ପରିବେଶରେ ଚାଲିଥିଲା ପାଉଁରୁଟି ତିଆରି ଅନୁଗୁଳ – ଅନୁଗୁଳ ଇଣ୍ଡଷ୍ଟ୍ରିଆଲ ଛକରେ ଥିବା ଏକ ବେକରି ଫ୍ୟାକ୍ଟେରି ଉପରେ ଜନ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସର ଚଢ଼ାଉ କରିଥିଲା । ଖାଦ୍ୟ ସାମଗ୍ରୀ…
ବର୍ଷା ବିତ୍ପାତ – ଟ୍ରେନ ହେଲା ଲାଇନଚ୍ୟୁତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଗତ ୨ ଧରି ହୋଇଥିବା ଲଗାଣ ବର୍ଷାରେ ଜଣ ଜୀବନ ଅସ୍ତବ୍ୟସ୍ତ ହୋଇ ଯାଇଛି । ଏହି ବର୍ଷା ଯୋଗୁଁ ବିଭିନ୍ନ…
ଖାଦ୍ୟ ମାନ ଜାଞ୍ଚ କଲେ – ଅଖାଦ୍ୟ ଫୋପାଡି ଦେଲେ ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ଅଞ୍ଚଳରେ ଆଜି ଅନୁଗୁଳ ଜିଲ୍ଳା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭନ୍ନ ଜଳଖିଆ ଦୋକାନ , ମିଠା ଦୋକାନ ଆଦିରେ ଚଢାଉ କରା…