ଟ୍ରକରେ ଗୋରୁ ଚାଲାଣ ବେଳେ ଖରାପ ହେଇଗଲା ଗାଡି – କାବୁ କରିନେଲେ ଲୋକେ

ଟ୍ରକରେ ଗୋରୁ ଚାଲାଣ ବେଳେ ଖରାପ ହେଇଗଲା ଗାଡି – କାବୁ କରିନେଲେ ଲୋକେ

ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହୀଧରପୁର ଛକ ନିକଟରେ ଗୋରୁ ବୋଝେଇ ଗାଡି ଧରିଲେ ସ୍ଥାନୀୟ ଲୋକେ। ସୂଚନା ଅନୁସାରେ , ଆଜି ସକାଳ ୫ ଟା ସମୟରେ ମହୀଧରପୁର ଛକ ଠାରେ ଏକ ଆଇଚର WB 29 A 7798 ଗାଡି ଛିଡା ହୋଇ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଗାଡି ଡାଲାରୁ ଫଡ ଫଡ ଶୁଭିବା ସହ ଗୋରୁ ବୋବେଇବା ଶୁଭା ଯାଇଥିଲା। ଏହା ଶୁଣି ସ୍ଥାନୀୟ ଲୋକେ ଟ୍ରକରେ ଭିଡା ଯାଇଥିବା ପାଲକୁ ଖୋଲି ଥିଲେ। ପାଲ ଖୋଲିବା ପରେ ବହୁ ଗୋରୁ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା । ଲୋକେ ସଙ୍ଗେ ସଙ୍ଗେ ପୁଲିସ କୁ ଖବର ଦେବା ସହ ଗୋରୁ ଗୁଡିକୁ ଖୋଲିବାକୁ ଚେଷ୍ଟା କରିଥିଲେ । ଘଟଣା ସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ବ କରିଛି । ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି ଯେ, ବିଳମ୍ବିତ ରାତିରେ ଏହି ଆଇଚର ଟ୍ରକଟି ବଡକେରା ଆଡୁ ଆସି ଆଠଗଡ଼ ଦେଇ ବାହାରକୁ ରାଜ୍ୟ କୁ ଯାଉଥିଲା। ଗାଡି ଟି ଖରାପ ହେବାରୁ ମହୀଧରପୁର ଛକ ଠାରେ ଛାଡି ଡ୍ରାଇଭର ମାନେ ପଳାଇ ଯାଇଥିଲେ। ଏ ପଟେ ଗାଡି ଟିକୁ ଜବତ କରିବା ସହିତ ଅଧିକ ତଦନ୍ତ କରାଯାଉଛି।

What’s your Reaction?
+1
1
+1
0
+1
0
+1
0
+1
0
+1
0
+1
0

Leave a Reply