ଅନୁଗୁଳ – ବିବାହ ବାହାନାରେ ଠକେଇ ଅଭିଯୋଗରେ ଅଭିଯୁକ୍ତ , ରସିକିଆ ଧୂର୍ତ୍ତ ବିରଞ୍ଜି ନାରାୟଣ ନାଥଙ୍କୁ କ୍ରାଇମବ୍ରାଞ୍ଚ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଗିରଫ କରିଛି । ବିରଞ୍ଚିର ଠକେଇ ଲିଙ୍କ୍ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଲମ୍ବିଛି । ଠକ ଯୁବକ କେତେବେଳେ ନିଜକୁ ରେଳବାଇ ଅଫିସର ତ କେତେବେଳେ ନିଜକୁ ଆୟକର ବିଭାଗ ଅଫିସର ବୋଲି ପରିଚୟ ଦେଉଥିଲା । ଅନୁଗୁଳ, ବାଲେଶ୍ୱର ଓ ଢେଙ୍କାନାଳ ଥାନାରେ ତା ନାଁରେ ତିନି ଜଣ ମହିଳା ଅଭିଯୋଗ ଆଣିଥିଲେ । ସୂଚନାଯୋଗ୍ୟ, ବିରଞ୍ଜି ନାରାୟଣ ନାଥ ନିଜର ଦ୍ଵିତୀୟ ବିବାହ ସମ୍ପର୍କିତ ତଥ୍ୟ ମାଟ୍ରିମୋନି ୱେବ୍ ସାଇଟ୍ ରେ ଫେକ ପରିଚୟ ଦେଇଥିଲା । କେତେବେଳେ ନିଜକୁ ରେଳବାଇ ଅଫିସର ତ କେତେବେଳେ ନିଜକୁ ଆୟକର ବିଭାଗ ଅଫିସର ବୋଲି ପରିଚୟ ଦେଉଥିଲା । ଏହା ପରେ ସେ ସ୍ବାମୀ ପରିତ୍ୟକ୍ତା ଓ ବିଧବା ମଧ୍ୟ ବୟସ୍କାଙ୍କୁ ଟାର୍ଗେଟ କରୁଥିଲା । ଅନେକ ମହିଳା ବିରଞ୍ଚିର ପ୍ରୋଫାଇଲ ଦେଖି ଆକର୍ଷିତ ହୋଇଥିଲେ । ପ୍ରଥମେ ଫୋନ୍ରେ କଥାବାର୍ତ୍ତା ପରେ ଘରକୁ ଯାଉଥିଲା ଠକ । ସାରା ଜୀବନ ସାଥିରେ ରହିବାର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲା । ଏପରିକି ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ପ୍ରସ୍ତୁତ କରି ମହିଳା ମାନଙ୍କ ଠାରୁ ଟଙ୍କା ଠକି ନେଉଥିଲା । ଏଭଳି ଠକାମୀର ଶିକାର ହେଲା ପରେ ତିନି ମହିଳା ଥାନାରେ ଅଭିଯୋଗ ଆଣିଥିଲେ । କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ଡିଜିଟାଲ ପ୍ରମାଣ ଫେକ ଆଇ ଡି କ୍ରାଇମବ୍ରାଞ୍ଚ୍ ଏହି ଯୁବକଙ୍କୁ ଗିରଫ କରିବା ବେଳେ ପାଇଛି। ସୂଚନାଯୋଗ୍ୟ 8/1/18 ରେ ବିରଞ୍ଚିଙ୍କୁ ଜରପଡା ଥାନା ପୁଲିସ ରେ ନକଲି ମାଜିଷ୍ଟ୍ରେଟ ଭାବେ ଗିରଫ କରିଥିଲେ ।
What’s your Reaction?
+1
+1
1
+1
+1
+1
2
+1
+1