ଅପରାଧ ବ୍ରିଜ ତଳୁ ବୁବୁ ଭଞ୍ଜର ମୃତଦେହ ଉଦ୍ଧାର – ଧାରୁଆ ଅସ୍ତ୍ରରେ ହତ୍ୟା ସନ୍ଦେହ Angul OnlineSeptember 14, 2024September 14, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖମାର ନିକଟରେ ନିର୍ମାଣାଧୀନ ଓଭର ବ୍ରିଜ ତଳୁ ଜଣେ ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ଯୁବକଙ୍କ ବେକରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ କେହି ମାରଣାସ୍ତ୍ରରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ମିଳିଥିବା ଖବର ଅନୁସାରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖମାର ଗ୍ରାମ ନିକଟ ଦେଇ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥର ନିର୍ମାଣାଧୀନ ଓଭର ବ୍ରିଜ ତଳେ ଜଣେ ଯୁବକର ରକ୍ତାକ୍ତ ଅବସ୍ଥାରେ ଆଜି ଦିନ ସାଢେ଼ ଦୁଇଟା ବେଳେ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ। ମୃତ ବ୍ୟକ୍ତିଙ୍କ ଘର ଛେଳିଆପଡ଼ା ଅଞ୍ଚଳର ସନ୍ତୋଷ କୁମାର ଭଞ୍ଜଙ୍କ ପୁଅ ଭବାନୀ କୁମାର ଭଞ୍ଜ(ବୁବୁ ଭଞ୍ଜ)ବୋଲି ଜଣା ପଡ଼ିଛି। ତେଣୁ ଖବର ପାଇ ଘଟଣା ସ୍ଥଳରେ ଅନୁଗୁଳ ସଦର ପୋଲିସ ଅଧିକାରୀଙ୍କ ସମେତ ସଦଳବଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଭବାନୀଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । ଘଟଣାର ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କଲା ପରେ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । Advertisement
ସାଇବର ଲୁଟେରାଙ୍କ ଟାର୍ଗେଟରେ ପୂର୍ବତନ ଏଲ୍ଆଇସି କର୍ମଚାରୀ – ଲୁଟିନେଲେ ୨ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ସାଇବର ଲୁଟେରାଙ୍କ ଠକାମିର ଶିକାର ହୋଇଛନ୍ତି ଜଣେ ପୂର୍ବତନ ଏଲ୍ଆଇସି କର୍ମଚାରୀ । ଲୁଟେରା ମାନେ ତାଙ୍କୁ କବଜା କରି…
ଲକ୍ଷେ ଦେଲେ ଅଧିକ ୨୫ ହଜାର ମଳିବାର ଲୋଭ ଦେଖାଇ ଦୁଇ ଲକ୍ଷ ଟଙ୍କା ଠକେଇ ଅନୁଗୋଳ – ପାଞ୍ଚ ଶହ ଟଙ୍କିଆ ନୋଟ ଏକ ଲକ୍ଷ ଦେଲେ ପ୍ରତିବଦଳରେ ଏକ ଲକ୍ଷ ୨୫ ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇ ନୋଟ ବଦଳରେ…
ଚୋରା ମହୁଲ ଜବତ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗାଁରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ମହୁଲ ଫୁଲ ଜବତ କରିଛି ଅବକାରୀ ବିଭାଗ…