ଅପରାଧ ମଦ ପିଇବାକୁ ବଟି ନ ଦେବାରୁ ଯୁବକଙ୍କୁ ଛୁରୀ ଭୂଷି ହତ୍ୟା Angul OnlineSeptember 15, 2024September 15, 2024 ଆଠମଲ୍ଲିକ – କରମା ପୂଜାରେ ଏକ ଅଘଟଣ ଘଟି ଯାଇଛି । ସୂଚନା ଅନୁସାରେ କିଶୋରନଗର ଅଞ୍ଚଳର ବରଷା ମିର୍ଦ୍ଧା (୨୫) ଏବଂ ଅନୁଗୁଳ ଅଞ୍ଚଳର ବାପୁନ ବେହେରା ଆଠମଲ୍ଲିକ ସହରକୁ କରମା ପୂଜା ଦେଖି ଯାଇଥିଲେ । ଉଭୟ ଆଠମଲ୍ଲିକ ଗାନ୍ଧୀ ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ରେ ସନ୍ଧ୍ୟା ପ୍ରାୟ ୭.୩୦ ବେଳକୁ ଅଟକି ଥିଲେ । ବାପୁନଙ୍କ ଅଭିଯୋଗ ଅନୁଯାଇ ଉଭୟ ମଦ କିଣିବାକୁ ଟଙ୍କା ଦେଇ ନିକଟସ୍ଥ ଏକ ଜଳଖିଆ ଦୋକାନରେ ବସିଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା କିଛି ଯୁବକ ତାକୁ ଟଙ୍କା ମାଗିଥିଲେ । ଟଙ୍କା ମଗାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ସହ ମାରପିଟ ହୋଇଥିଲା । ମଦ କିଣିବାକୁ ଯାଇଥିବା ବରଷା ଆସିବା ପରେ ଝଗଡ଼ା ଉଗ୍ର ରୂପ ନେଇଥିଲା । ଅପର ପକ୍ଷର ଜଣେ ଯୁବକ ପାଖରେ ରଖିଥିବା ଛୁରୀରେ ବରଷାଙ୍କ ପେଟ କୁ ଭୂଷି ଦେଇଥିଲେ । ପ୍ରାଣ ବିକଳରେ ସେ ଦୌଡ଼ି ପଳାଇ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଅନ୍ୟ ଜଣେ ଯୁବକ ଏକ ଖାଲି ମଦ ବୋତଲ ମୁଣ୍ଡରେ ପିଟି ଦେଇଥିଲେ । ଯାହା ଫଳରେ ବରଷା ରକ୍ତ ଜୁଡୁବୁଡୁ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ପଟେ ଆଠମଲ୍ଲିକ ପୁଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି । Advertisement
ଗଞ୍ଜେଇ ଚାଲାଣ କରି ପୁଲିସ ଗିରଫ ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ନିୟମିତ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଏହି ବେଆଇନ କାରବାରରେ ବିଭିନ୍ନ ସମଯରେ ପୁଲିସ ଅଧୂକାରୀ ଓ କର୍ମଚାରୀଙ୍କ…
କେନାଲରୁ ନବ ଜାତ ଶିଶୁର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହରର ଅମଲାପଡା ବଡ କେନାଲରେ ଆଜି (ମଙ୍ଗଳବାର) ଏକ ନବଜାତ ଶିଶୁର ମୃତ ଦେହ ଭାସୁ ଥିବାର ଦେଖିବାକୁ ମିଳିଥିଲା । କେହି…
ପାଇପଲାଇନରୁ ତେଲ ଚୋରି ବେଳେ ୪ ଅଭିଯୁକ୍ତ ଗିରଫ – ଉତ୍ତରପ୍ରଦେଶରୁ ଲମ୍ବିଛି ଚେର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ଦେଇ ପାରାଦୀପ-ରାଇପୁର-ରାଞ୍ଚି ଯାଇଥିବା IOCLର ପାଇପାଲାଇନରୁ ଡିଜେଲ ଚୋରି କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି…