ମୁଖ୍ୟ ଖବର ସୁଭଦ୍ରା ଟଙ୍କା ଉଠାଇବାକୁ ଯାଉଥିବା ବେଳେ ମୋଟରସାଇକେଲରୁ ପଡ଼ି ମହିଳା ମୃତ Angul OnlineSeptember 20, 2024September 20, 2024 ଅନୁଗୁଳ – ମୋଟରସାଇକେଲରୁ ପଡ଼ି ଜଣେ ମହିଳା ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବେଳେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ତାଳଚେର ଗୋପାଳପ୍ରସାଦ ଥାନା ଅନ୍ତର୍ଗତ କଳମଛୁଇଁ ଗ୍ରାମର ପ୍ରମୋଦ ବେହେରାଙ୍କ ସ୍ତ୍ରୀ ବୁଧେଇ ବେହେରା ଆଜି ସକାଳେ ୧୧ଟା ସମୟରେ ତାଙ୍କ ପୁଅଙ୍କ ସହିତ ମୋଟରସାଇକେଲରେ ବସି କଳମଛୁଇଁ ଗ୍ରାମ୍ୟ ବ୍ୟାଙ୍କକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଉଠାଇବାକୁ ଯାଉଥିବା ବେଳେ ବିପରି ଦିଗରୁ ଦୃତଗତିରେ ଆସୁଥିବା ଏକ ମୋଟରସାଇକେଲକୁ ଦେଖି ବୁଧେଇ ପଛରେ ବସିଥିବା ବେଳେ ଭୟରେ ମୋଟରସାଇକେଲରୁ ଡେଇଁ ପଡ଼ିଥିଲେ । ଫଳରେ ରାସ୍ତା ଉପରେ କଚାଡ଼ି ହୋଇ ପଡିବାରୁ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। Advertisement
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ଭୂଜାଲିରେ ଆକ୍ରମଣ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ସଦର ମହକୁମାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ସେହି ଅନୁଷ୍ଠାନର ରାତ୍ର ଜଗୁଆଳୀ ଭୁଜାଲିରେ ଆକ୍ରମଣ…
ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ସଂକ୍ରମିତ ବୃଦ୍ଧ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କାଠପାଳ ଗାଁରେ ଜଣେ କରୋନା ଆକ୍ରାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ସେହି…
ବୈତୁରା ହେଲେ ଅନୁଗୁଳ ଉପ-ଜିଲ୍ଲାପାଳ ଅନୁଗୁଳ – ଅନୁଗୁଳ ଉପ ଜିଲ୍ଲାପାଳ ଭାବେ ସୋମବାର ବୈତୁରା ଦିପ୍ ଦାୟିତ୍ବ ଗ୍ରହଣ କରିଛନ୍ତି । ଜିଲ୍ଲାରେ ସେ ସବ୍ ରେଷ୍ଟରଠାରୁ ଆରମ୍ଭକରି ସହକାରୀ ଉପଜିଲ୍ଲାପାଳ…