ଆଞ୍ଚଳିକ ୧୨ ଫୁଟ ଲମ୍ବର କିଙ୍ଗ କୋବ୍ରା ଉଦ୍ଧାର Angul OnlineSeptember 28, 2024September 28, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଟିକରପଡା ରେଞ୍ଜ ଅଫିସ ନିକଟ ଘାଟ ସାହିରୁ ଆଜି ଏକ ୧୨ ଫୁଟ ଲମ୍ବର କିଙ୍ଗ କୋବ୍ରା ସାପ ଉଦ୍ଧାର କରିଛନ୍ତି ସରପ ମିତ୍ର ଆଦିତ୍ୟ ବେହେରା ଓ ସାଥୀ ବିଜୁ ଭୋଇ, ଚୀନୁ ସାହୁ, ସୌମ୍ୟ ରଂଜନ ସାହୁ । ସୂଚନା ଅନୁସାରେ ଘାଟସାହିରେ ଏକ ବଡ ସାପ କାଠ ଭିତରେ ଥିବା ବନ କର୍ମଚାରୀମାନେ ଖବର ପାଇଥିଲେ । ଏହି ଖବ ପାଇ ସେମାନେ ସରପମିତର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ । ଆଦିତ୍ୟ ଓ ସାଥି ଘଟଣା ସ୍ଥଳରେ ପହଞ୍ଚି କାଠ ଭିତରୁ ସାପକୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗ ଉପସ୍ଥିତିରେ ସାପଟିକୁ ଜଙ୍ଗଲ ଭିତର ସୁରକ୍ଷିତ ସ୍ଥାନରେ ଛାଡି ଦିଆ ଯାଇଥିଲା । Advertisement
ଡ଼ଃ ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି ଅନୁଗୁଳ – ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କର ଏକାଦଶାହ ତାଳଚେର ପିଏମଆଇଟି ଠାରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଦେଶରୁ…
ଆଉ ନାହାନ୍ତି ଚନ୍ଦ୍ରମଣି କମ୍ପାଉଣ୍ଡର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗ୍ରାମର ଅବସରପ୍ରାପ୍ତ ଫାର୍ମାସିଷ୍ଟ ଚନ୍ଦ୍ରମଣି ନାୟକଙ୍କ ପରଲୋକ ହିଛି । ସେ ଆଜକୁ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ଵ ହେବ…
ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରଣହୁଙ୍କାର ଅନୁଗୁଳ – ତୈଳ ଦରରେ ଆହେତୁକ ବୃଦ୍ଧି ପ୍ରତିବାଦରେ ଅନୁଗୁଳ କଂଗ୍ରେସ ରଣହୁଙ୍କାର ଦେଇଛି । ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମକର୍ତ୍ତା…