ମୁଖ୍ୟ ଖବର କନିଷ୍ଠଯନ୍ତ୍ରୀଙ୍କ ସ୍ବାମୀଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର Angul OnlineSeptember 30, 2024September 30, 2024 ଅନୁଗୁଳ – କନିଷ୍ଠଯନ୍ତ୍ରୀଙ୍କ ସ୍ବାମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଲାଗି ରହିଛି ସସପେନ୍ସ । ସ୍ତ୍ରୀ ଘର ପକ୍ଷରୁ ଆତ୍ମହତ୍ୟା ଅଭିଯୋଗ ହୋଇଥିବା ବେଳେ ସ୍ୱାମୀ ଘର ଲୋକ ହତ୍ୟା ଅଭିଯୋଗ ପରେ ପୁଲିସ ହରଡ଼ଘଟଣାରେ ପଡି ମୃତଦେହକୁ ଓହ୍ଲାଇ ପାରି ନାହିଁ । ସୂଚନା ଅନୁସାରେ ଅନୁଗୁଳ ବ୍ଲକ ରେ କନିଷ୍ଠଯନ୍ତ୍ରୀ କାର୍ଯ୍ୟରତ ପ୍ରଣତି ମାଝୀଙ୍କ ସ୍ବାମୀ ରଶ୍ମିରଞ୍ଜନ ବିଶ୍ୱାଳଙ୍କ ଝୁଲନ୍ତା ମୃତଦେହ ଗତକାଲି ବିଳମ୍ବିତ ରାତିରେ ଶିକ୍ଷକପଡାସ୍ଥିତ ଘର ଭିତରୁ ଉଦ୍ଧାର ହୋଇଥିଲା । ପ୍ରଣତିଙ୍କ ପରିବାର ଲୋକ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରଶ୍ମିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ରଶ୍ମୀରଞ୍ଜନଙ୍କ ଘର କିଶୋରନଗର ଥାନା ଧଉରାପାଲି ଅଞ୍ଚଳରେ । ସକାଳେ ରଶ୍ମିଙ୍କ ପରିବାର ଲୋକ ଖବର ପାଇ ପହଂଚିବା ପରେ ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ତାଙ୍କ ପୁଅକୁ ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି । ଏହାପରେ ପୁଲିସ ଅଡ଼ୁଆରେ ପଡିଯାଇଥିବା ବେଳେ ସାଇଣ୍ଟିଫିକ ଟିମର ସହାୟତା ଲୋଡିଛି। ସାଇଣ୍ଟିଫିକ ଟିମ ପହଂଚି ପାରି ନଥିବାରୁ ଏପର୍ଯ୍ୟନ୍ତ ଆତ୍ମହତ୍ୟା କରିଥିବା ଘର ଖୋଲା ଯାଇ ପାରି ନାହିଁ କି , ତଦନ୍ତ ଆରମ୍ଭ ହୋଇ ପାରି ନାହିଁ । କନିଷ୍ଠଯନ୍ତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ପୂର୍ବରୁ ବିବାହ କରିଥିବା ବେଳେ ଅକସ୍ମାତ ଜ୍ଵାଇଁଙ୍କର ମୃର୍ତୀ ପରେ ତାଙ୍କ ଝିଅ ଓ ଏକ ମାତ୍ର ପୁଅ ଥିଲା । ଉଭୟ ଅନେକ ଦିନ ହେଲା ଆସି ତାଙ୍କ ଘରେ ରହୁଛନ୍ତି । ତେବେ ତାଙ୍କ ଝିଅ ଅନୁଗୁଳ ବ୍ଲକରେ କାମ କରୁଥିବା ବେଳେ ରଶ୍ମୀରଞ୍ଜନଙ୍କ ପ୍ରଥମେ ପରିଚୟ ଓ ପରେ ପ୍ରେମ କରି ବସିଥିଲେ । ଯେଉଁଥିପାଇଁ ରଶ୍ମୀରଞ୍ଜନ ଆସି ତାଙ୍କ ଘରେ ରହୁଥିଲେ । ଆଉ ରଶ୍ମିରଞ୍ଜନ କିଛି କାମ ଧନ୍ଦା କରୁ ନଥିବାରୁ ସେ ନିଜେ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପରେ ରଶ୍ମୀରଞ୍ଜନ ମେଡ଼ିସିନ ବ୍ୟବସାୟ କରୁଥିଲେ । ତେବେ ରଶ୍ମିରଞ୍ଜନ ଅନେକ ସମୟରେ ମଦ୍ୟପାନ କରି ଘରେ କଳିକାଜିଆ କରୁଥିବା ଦର୍ଶାଇଛନ୍ତି । ଗତକାଲି ମଧ୍ୟ ସେ କାଳିକଜିଆ କରିଥିବା ଜଣା ପଡିଛି । ଆଉ ବିଳମ୍ବିତ ରାତିରେ ରାଶିମରଞ୍ଜନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ସେପଟେ ରଶ୍ମିରଞ୍ଜନଙ୍କ ମାଙ୍କ କହିବା କଥା ତାଙ୍କ ପୁଅ କନିଷ୍ଠଯନ୍ତ୍ରୀଙ୍କୁ ବିବାହ ପରେ ଶଶୁର ଘରେ ଘରଜ୍ବାଇଁ ହିସାବରେ ରହୁଥିଲେ । ହେଲେ ବେରୋଜଗାରିଆ ଯୋଗୁଁ ସବୁବେଳେ ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି । ଆଉ ଏଥିପାଇଁ ରଶ୍ମିରଞ୍ଜନଙ୍କୁ ମାରିଦେଇ ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ କରିବା ପରେ ପୁଲିସ ତଦନ୍ତରେ ଭିନ୍ନ ମୋଡ଼ ନେଇଛି । ତେବେ ପ୍ରକୃତରେ ଘଟଣା କଣ ତାହା ପୁଲିସ ତଦନ୍ତ କରିବା ପରେ ଜଣା ପଡିବ । ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ଆରମ୍ଭ ହେଲେ ଜଣା ପଡିବ । ଆଉ ଯଦି ଆତ୍ମହତ୍ୟା ହୋଇଥାଏ ତେବେ ଏହା ପଛରେ କଣ କାରଣ ରହିଛି ତାହା ତଦନ୍ତ କରାଯିବ ବୋଲି ପୁଲିସ ପକ୍ଷରୁ କୁହା ଯାଇଅଛି । Advertisement
ଏମ୍ସିଏଲ୍ କଲା ଭୁବନେଶ୍ବରୀ ଖଣି ସମ୍ପ୍ରସାରଣ ଟେଣ୍ଡର୍ ବାତିଲ ଅନୁଗୋଳ – ମହାନଦୀ କୋଲ୍ଫିଲ୍ଡସ ଲିମିଟେଡ୍ (ଏମ୍ସିଏଲ୍)ର ତାଳଚେରରେ ଥିବା ଭୁବନେଶ୍ବରୀ ଖୋଲାମୁହଁ କୋଇଲା ଖଣିର ସମ୍ପ୍ରସାରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏହି ସମ୍ପ୍ରସାରଣ ପାଇଁ…
ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଦେଇ ଯାଇଥିବା ଛେଣ୍ଡିପଦା ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମ ନିକଟସ୍ଥ ରାସ୍ତା ପାର୍ଶ୍ଵରୁ ସନ୍ଦେହ ଜନକ…
ବଜ୍ରପାତରେ ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଲ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଅଞ୍ଚଳରେ ଆଜି ଅପରାହ୍ନରେ କାଳବାଇଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିବା ବେଳେ ଏଥିରେ ଜଣେ ନାବାଳକର ମୃତ୍ୟୁ ହୋଇଛି…