କ୍ରୀଡ଼ା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଜେ.ଏସ.ପି.କୁ ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ

କ୍ରୀଡ଼ା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଜେ.ଏସ.ପି.କୁ ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ

ଭୁବନେଶ୍ୱର –  କ୍ରୀଡ଼ାର ବିକାଶ ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)କୁ ସମ୍ମାନଜନକ ସିଏସଆର ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ-୨୦୨୪ ପ୍ରଦାନ କରାଯାଇଛି। ଗତ ସେପ୍ଟେମ୍ବର ୩୦ରେ ମୁମ୍ବାଇରେ ଆୟୋଜିତ ସିଏସଆର ଜର୍ଣ୍ଣାଲର ସପ୍ତମ ପୁରସ୍କାର ପ୍ରଦାନ ସମାରୋହରେ ଜେଏସପିକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ନିଜର ସାମାଜିକ ସଂଗଠନ ଜିନ୍ଦଲ ଫାଉଣ୍ଡେସନ ଜରିଆରେ ତୃଣମୂଳସ୍ତରରୁ  କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ସହ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ କମ୍ପାନିର ନିରନ୍ତର ଉଦ୍ୟମକୁ ଏହି ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଟିମକୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ‘ଆମେ ଲଗାତର ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାର ଜିତି ଗୌବାନ୍ୱିତ ଅନୁଭବ କରୁଛୁ । ଆମକୁ ଏହି ପୁରସ୍କାର ମିଳିବା କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଓ କ୍ରୀଡ଼ାକୁ ସଶକ୍ତିକରଣର ଏକ ମାଧ୍ୟମ ଭାବେ ପ୍ରୟୋଗ କରିବା କ୍ଷେତ୍ରରେ ଆମର ପ୍ରତିଶ୍ରୁତିବଦ୍ଧତାକୁ ମଜଭୁତ କରିଛି । ଆମେ ମିଳିତ ଭାବେ ସମାଜରେ ଏକ ପ୍ରଭାବଶାଳୀ ରୂପାନ୍ତରଣ ପାଇଁ ଉଦ୍ୟମ ଜାରି ରଖିବୁ’। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକସଭାର ବାଚସ୍ପତି ଶ୍ରୀ ଓମ୍ ବିର୍ଲା ତାଙ୍କର ଭାଷଣ ମାଧ୍ୟମରେ କର୍ପୋରେଟ ସଂସ୍ଥାଗୁଡ଼ିକ ସେମାନଙ୍କ କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳରେ ବିକାଶ କରିବା ସହ ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟସଭା ସାଂସଦ ତଥା ଭାରତୀୟ ଅଲିମ୍ପିକ ସଂଘର ସଭାପତି ଶ୍ରୀମତି ପି.ଟି. ଉଷା, ମହାରାଷ୍ଟ୍ରର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଅଦିତି ଟଟକରେ, ସିଏସଆର ଜର୍ଣ୍ଣାଲର ଏଡିଟର ଇନ୍ ଚିଫ୍ ଶ୍ରୀ ଅମିତ ଉପାଧ୍ୟାୟଙ୍କ ସମେତ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଓ ସମାଜସେବୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାରର ଜେନେରାଲ ମ୍ୟାନେଜର (ସିଏସଆର) ଶ୍ରୀ ଭର୍ଜିଲ ଲାକ୍ରା ଏହି ପୁରସ୍କାର ଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କର ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁସାରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର ଉଶୁ, କବାଡି, ତୀରନ୍ଦାଜୀ, ଫୁଟବଲ ଓ କ୍ରିକେଟ  ଭଳି ବିଭିନ୍ନ କ୍ରୀଡ଼ା ପ୍ରତି ଆଗ୍ରହୀ ଯୁବ ପ୍ରତିଭାମାନଙ୍କ ଯତ୍ନ ନେବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିଆସୁଛି। ଜେଏସପି ବିକଶିତ କ୍ରୀଡ଼ା ଭିତ୍ତିଭୂମି ପ୍ରଦାନ କରିବା ସହ ପୋଷଣ, ତାଲିମ ପ୍ରଦାନ ସହ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସହାୟତା କରି ଆସୁଛି । କମ୍ପାନି ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର କ୍ରୀଡ଼ା ପ୍ରତିଭାମାନଙ୍କୁ ବିଶେଷ ଧ୍ୟାନ ଦେବା ସହ ଦେଶର ପ୍ରାୟ ୩୦୦୦୦ କ୍ରୀଡ଼ାବିତମାନଙ୍କୁ ସହାୟତା ପ୍ରଦାନ କରିଛି। ଜିନ୍ଦଲ ଫାଉଣ୍ଡେସନ ଜରିଆରେ କମ୍ପାନି ୨୦ଟି ଖେଳ ପଡ଼ିଆ, ଦୁଇଟି ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଗୋଟିଏ କ୍ରୀଡ଼ା ଛାତ୍ରାବାସ ପ୍ରତିଷ୍ଠା କରିଛି । ବଡବିଲରେ ଥିବା କ୍ରୀଡ଼ା ଛାତ୍ରାବାସରେ ଆଦିବାସୀ ଓ ଗରିବ କ୍ରୀଡ଼ାବିତଙ୍କୁ ମାଗଣା ରହିବା, ଖାଇବା, ଇଂରାଜୀ ମାଧ୍ୟମ ସ୍କୁଲରେ ଶିକ୍ଷା ପାଇଁ ସହାୟତା ପ୍ରଦାନ କରୁଛି।  ଜେଏସପି ଫାଉଣ୍ଡେସନ ସହାୟତାରେ ଅନେକ ପ୍ରତିଭାବାନ କ୍ରୀଡ଼ାବିତ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଖେଳିବା ସହ ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply