ପଦ ହରାଇଲେ ବାଲିପଟା ସରପଞ୍ଚ – ଅନାସ୍ଥା ସପକ୍ଷରେ ଦେଲେ ୧୨ଜଣ ୱାର୍ଡ ସଭ୍ୟସଭ୍ୟା

ପଦ ହରାଇଲେ ବାଲିପଟା ସରପଞ୍ଚ – ଅନାସ୍ଥା ସପକ୍ଷରେ ଦେଲେ ୧୨ଜଣ ୱାର୍ଡ ସଭ୍ୟସଭ୍ୟା

ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଳକ ବାଲିପଟ୍ଟା ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ମଙ୍ଗଳବାର ହୋଇଥିବା ଅନାସ୍ଥା ଭୋଟରେ ପଦ ହରାଇବା ସହିତ ନାଏବ ସରପଞ୍ଚଙ୍କୁ ମିଳିଛି ନୂତନ ଦାୟିତ୍ୱ । ବାଲିପଟା ଗ୍ରାମ ପଞ୍ଚାୟତର ସରପଞ୍ଚ ରଶ୍ମୀତା ଗଡନାୟକଙ୍କ ମନମୂଖି କାର୍ଯ୍ୟକୁ ବିରୋଧ କରି ୱାର୍ଡ ସଭ୍ୟସଭ୍ୟା ମାନେ ଅନୁଗୁଳ ଉପଜିଲାପାଳଙ୍କ ନିକଟରେ ଫେରାଦ ହୋଇ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ ପାଇଁ ମଙ୍ଗଳବାର ଦିନ ସ୍ଥିର କରାଯାଇଥିବା ବେଳେ ପଞ୍ଚାୟତ ନିୟମ ଅନୁଯାୟୀ ପ୍ରଶାସନ ପକ୍ଷରୁ ବାଲିପଟ୍ଟା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନାସ୍ଥା ଭୋଟ କେନ୍ଦ୍ର କରାଯାଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ୧ ନମ୍ବର ୱାର୍ଡର ଅଜିତ ନାଏକ,୨ ନଂ ୱାର୍ଡର ସହଦେବ ବେହେରା,୩ନଂ ୱାର୍ଡର ଦିବ୍ୟଜ୍ୟୋତି ସାହୁ,୪ନଂ ୱାର୍ଡର ରଞ୍ଜୀତା ପ୍ରଧାନ,୫ନଂ ୱାର୍ଡର ସୁଦାମ ପ୍ରଧାନ,୮ନଂ ୱାର୍ଡର ଶାନ୍ତୀଲତା ପ୍ରଧାନ,୯ନଂ ୱାର୍ଡର ରୋହିତ ଗଡନାୟକ,୧୨ନଂ ୱାର୍ଡର ସୁଶାନ୍ତ ଗଡନାୟକ,୧୫ନଂୱାର୍ଡର ସରୋଜିନୀ ନାଏକ,୧୬ ନଂ ୱାର୍ଡର ମଲିରାଣୀ ସ୍ୱାଇଁ,୧୭ ନଂ ୱାର୍ଡର କୁନା ସାହୁ,୧୮ନଂ ୱାର୍ଡର ସନ୍ତୋଷ କୁମାର ସାହୁ ପ୍ରମୁଖ ୱାର୍ଡ ସଭ୍ୟସଭ୍ୟା ମାନେ ବାଲିପଟ୍ଟା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସମୟରେ ଉପସ୍ଥିତ ରହି ଅନାସ୍ତା ଭୋଟ କେନ୍ଦ୍ରକୁ ପ୍ରବେଶ କରିଥିଲେ । ଏହି ପଞ୍ଚାୟତରେ ସରପଞ୍ଚଙ୍କ ସମେତ ମୋଟ ୧୮ଜଣ ୱାର୍ଡ ସଭ୍ୟସଭ୍ୟାଙ୍କ ମଧ୍ୟରୁ ୧୨ଜଣ ୱାର୍ଡ ସଭ୍ୟସଭ୍ୟା ଭୋଟ ଦେଇଥିବାବେଳେ ଅନ୍ୟ ୱାର୍ଡ ସଭ୍ୟସଭ୍ୟାଙ୍କର ଦେଖାନଥିଲା । ଏହି ଅନାସ୍ତା ଭୋଟର ନିର୍ବାଚନ ଅଧିକାରୀ ଭାବେ ଛେଣ୍ଡିପଦା ତହସିଲଦାର ସୁକାନ୍ତ କୁମାର ସାହୁ ଶାନ୍ତିଶୃଙ୍ଖଳାର ସହିତ ଅନାସ୍ତା ଭୋଟ କାର୍ଯ୍ୟକ୍ରମ ସମାପ୍ତ କରିଥିବାବେଳେ ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମରା ଓ ପୁଲିସ କର୍ମଚାରୀ ମାନେ ସୁରକ୍ଷା ଦାୟୀତ୍ୱରେ ନିୟୋଜିତ ହୋଇଥିଲେ । ଏନେଇ ଆଜିର ଅନାସ୍ଥା ଭୋଟ ସରିବା ପରେ ଅନାସ୍ଥା ସପକ୍ଷରେ ଯାଇଥିବା ଭୋଟ ସମ୍ପର୍କରେ ସମସ୍ତ ବିବରଣୀକୁ ଉପଜିଲ୍ଲାପାଳଙ୍କ ଠାରେ ପ୍ରଦାନ କରିଥିଲେ । ଏନେଇ ଅନୁଗୁଳ ଜିଲାପାଳ ମହମ୍ମଦ ଅବଦ୍ଦଲ ଅଖତର ବାଲିପଟ୍ଟା ସରପଞ୍ଚ ରଶ୍ମୀତା ଗଡନାୟକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଖାଲି କରିବା ପାଇଁ ନିର୍ଦ୍ଦେଶନାମା ଦିଆଯାଇଛି ଏବଂ ଚିଠିନଂ ୮୧୯ରେ ବାଲିପଟ୍ଟା ପଞ୍ଚାୟତର ସରପଞ୍ଚ ଭାବେ ନାଏବ ସରପଞ୍ଚ ସୁଦାମ ପ୍ରଧାନଙ୍କୁ ତୁରନ୍ତ ଦାୟିତ୍ୱ ହସ୍ତାନ୍ତର ପାଇଁ ନିର୍ଦ୍ଧେଶ ଦିଆଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
0

Leave a Reply