ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ୍‌

ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ୍‌

ଅନୁଗୁଳ – ଅନୁଗୁଳ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ୧୨ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ ମିଳିଛି । ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଭେଇକିଲ୍ ଦିଆଯାଇଛି । ଜୀବଜନ୍ତୁଙ୍କ ସୁରକ୍ଷାରେ ଏହି ପାଟ୍ରୋଲିଂ ଭ୍ୟାନ ନିୟୋଜିତ ହେବ । ଏହି ପାଟ୍ରୋଲିଂ ଭ୍ୟାନରେ ଜିପିଏସ ନାଭିଗେସନ ସହ ବନ୍ୟପ୍ରାଣୀଙ୍କ ଉଦ୍ଧାର ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଭୁବନେଶ୍ୱରସ୍ଥିତ ଭରତପୁର ଅଭୟାରଣ୍ୟ ନିକଟରେ ଏହି ପାଟ୍ରୋଲିଂ ଭ୍ୟାନ୍‌ର ଶୁଭାରମ୍ଭ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କରିଛନ୍ତି । ଆଗାମୀ ଦିନରେ ସମ୍ବଲପୁର ଡେବ୍ରିଗଡ଼ ଅଭୟରଣ୍ୟରେ ମଧ୍ୟ ଏଭଳି ଅତ୍ୟାଧୁନିକ ପେଟ୍ରୋଲିଂ ଭ୍ୟାନ୍ ଯୋଗାଇ ଦେବାନେଇ ନେଇ ବିଚାର ବମର୍ଷ ଚାଲିଛି । ଏନଟିସିଏର ଟାଇଗର ରିକଭରି ପ୍ଲାନ ଅନୁସାରେ ୧୨ରୁ ୧୬ଟି ବାଘ ଆଣିବାକୁ ଯୋଜନା ହୋଇଛି । ଏନେଇ ବୈଷୟିକ ଅନୁମୋଦନ ସରିଛି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ  ଅଣ୍ଡିରା ଓ ଦୁଇଟି ମାଈବାଘ ଅଣାଯାଇ ବଂଶ ବିସ୍ତାର ପାଇଁ ଯୋଜନା କରାଯାଇଛି । ଏ ନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହମତି ଲୋଡ଼ାଯିବ ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Leave a Reply