ମୁଖ୍ୟ ଖବର ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ୧୩ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଜୋରିମନା Angul OnlineOctober 20, 2024October 20, 2024 ଅନୁଗୁଳ – ଅନୁଗୁଳ ସହରରେ ଚାଲିଥିବା ପୂଜା ମାହୋଲ ପୂର୍ବରୁ ନୂତନ ଏସ୍.ପି. ରାହୁଲ ଜୈନ ଯୋଗଦାନ କରିବା ପରେ ଅନୁଗୁଳ ପୁଲିସ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଠୋର ହୋଇଛି । ପୁଲିସ MV ଏନଫୋର୍ସମେଣ୍ଟ ମାଧ୍ୟମରେ ଗଜଲକ୍ଷ୍ମୀ ପୂଜା ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧିକୁ ଯାଞ୍ଚ କରିବା ସହିତ ଟ୍ରାଫିକ୍ ନିୟମ ଉଲଂଘନ କରି ବେପରୁଆ ଢଙ୍ଗରେ ଗାଡିଚାଲାଉଥିବା, ତିନିଜଣଙ୍କୁ ଦୁଇଚକିଆ ମୋଟର ଯାନରେ ବସାଇ ଏବଂ ମଦ୍ୟପାନ କରି ଗାଡିଚାଲାଉଥିବ ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯାଉଅଛି । ଆଉ ଗତ ଦୁଇ ଦିନ ମଧ୍ୟରେ ଏଭଳି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୧୩ ଲକ୍ଷ ୭୧ ହଜାର ୫୦୦ ଟଙ୍କା ଜୋରିମନା ଆଦାୟ କରା ଯାଇଛି । ଦୁଇ ଚକିଆ ଯାନରେ ତିନି ଜଣ ବସି ଯାଉଥିବା ଯୋଗୁଁ ୧୯୬ ଜଣଙ୍କ ଉପରେ ଜୋରିମନା କରା ଯାଇଥିବା ବେଳେ ୯୩ ଜଣ ମଦ୍ୟପ ଚାଳକଙ୍କ ଉପରେ ଏବଂ ୭୭ ଜଣଙ୍କୁ ବେଆଇନ ପାର୍କିଂ ପାଇଁ ଜୋରିମନା କରା ଯାଇଥିବା ଜଣା ପଡିଛି । ତେବେ ନୂତନ ଏସ୍ ପି ଙ୍କ ଏଭଳି କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । Advertisement
ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ହେବ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେରଠାରେ ନିର୍ମିତ ମହାନଦୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ(ମିମ୍ସାର) କାର୍ଯ୍ୟକ୍ଷମ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆ ଯାଉ…
୨୦ ଦାଦନ ଶ୍ରମିକ ଉଦ୍ଧାର -ତାମିଲନାଡୁର ଏକ ସୁତାକଳରେ କାମ କରିବାକୁ ଯାଉଥିଲେ ଶ୍ରମିକ ଆଠମଲ୍ଲିକ – ଆଠମଲ୍ଲିକ ଥାନା ଅନ୍ତର୍ଗତ ଏକ ଢ଼ାବାରୁ ଗତ କାଲି ରାତିରେ ଚଡାଉ କରି ୨୦ ଜଣ ଦାଦନ ଶ୍ରମିକକୁ ପୋଲିସ ଉଦ୍ଧାର କରିଛି ।…
ଜାତୀୟ ରାଜପଥରେ ପୁଣି ଗଲା ଜୀବନ – ଦୁର୍ଘଟଣାରେ ୧ ମୃତ୧ ଆହତ ଅନୁଗୁଳ – ଜାତୀୟ ରାଜପଥ ୫୫ ପୁଣି ନେଇଛି ଆଉ ଏକ ଜୀବନ । ଗତକାଲି ଏହି ରାଜପଥର ନୂଆଁହତା ଠାରେ ଦୁର୍ଘଟଣାରେ ମା ଓ ୩…