ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ କାରାଦଣ୍ଡ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ କାରାଦଣ୍ଡ

ଅନୁଗୁଳ – ଟ୍ୟୁସନ ସାରଙ୍କୁ ୨୦ବର୍ଷ କାରାଦଣ୍ଡ । ଟ୍ୟୁସନ ଆସୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ସାରଙ୍କୁ ଦଣ୍ଡ ଶୁଣାଇଲେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ (ପୋକସୋ) । ସୂଚନା ଅନୁସାରେ ହଣ୍ଡପା ଥାନା ଅଞ୍ଚଳରେ ଟ୍ୟୁସନ ସାର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ବେଳେ ୧୩ଜୁନ ୨୦୨୨ରେ ପିଡ଼ିତାଙ୍କ ବାପା ହଣ୍ଡପା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ନାବାଳିକା ଜଣଙ୍କ ବାସୁଦେବ ରଥ ନାମକ ଜଣେ ଟ୍ଯୁସନ ସାରଙ୍କ ପାଖକୁ ଟ୍ୟୁସନ ଯାଉଥିଲେ । ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ନାବାଳିକା ଜଣଙ୍କୁ ସେ ତାଙ୍କ ଘର ବାରଣ୍ଡାରେ ଟ୍ୟୁସନ ପଢାଉଥିଲେ । ତେବେ ଖାତା ଦେଖିବା ବାହାନାରେ ନାବାଳିକାଙ୍କୁ ବାସୁଦେବ ଘର ଭିତରକୁ ଡାକିନେଇ ଦୁଷ୍କର୍ମ କରିଥିଲେ । ବାରମ୍ବାର ଏଭଳି ଘଟିବାରୁ ନାବାଳିକା ଜଣଙ୍କ ଆଉ ଟ୍ଯୁସନ ଯିବା ପାଇଁ ରାଜି ହୋଇ ନଥିଲେ । ଘର ଲୋକ ବାରମ୍ବାର ପଚାରିବାରୁ ନାବାଳିକା ସମସ୍ତ କଥା ପରିବାର ଲୋକଙ୍କ ଆଗରେ ବଖାଣିଥିଲେ । ଏ ସମ୍ପର୍କରେ ନାବାଳିକାଙ୍କ ବାପା ବାସୁଦେବଙ୍କୁ ପଚାରିବାରୁ ବାସୁଦେବ ଏକ ଶାବଳ ଧରି ନାବାଳିକାଙ୍କ ବାପାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ । ପରେ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ମୋଟ ୨୪ ଜଣ ସାକ୍ଷୀଙ୍କ ସାକ୍ଷ ଓ ପ୍ରମାଣ ଆଧାରରେ ଅନୁଗୁଳ ଜିଲ୍ଲା ଜଜ (ପୋକସୋ) ସୌମ୍ୟା ପ୍ରିୟଦର୍ଶିନୀ ଉପରୋକ୍ତ ଦଣ୍ଡ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ପେଶିଆଲ ପିପି ସରୋଜା କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
3
+1
1
+1
0

Leave a Reply