ଅନୁଗୁଳ – ଘର ଭିତରୁ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ(ଫାଷ୍ଟଟ୍ରାକ ) । ୨୦୨୦ ମସିହା ଅଗଷ୍ଟ ୭ ତାରିଖରେ ଅଭିଯୁକ୍ତ ରୁଦ୍ର ନାରାୟଣ ଭୁତିଆ ଘରେ ଶୋଇଥିବା ବେଳେ ଜଣେ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ । ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅଞ୍ଚଳର ଏହି ଘଟଣାରେ ୧୨ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଦଣ୍ଡାଦେଶ ଦିଆ ଯାଇଛି । ସୂଚନା ଅନୁସାରେ ରାତିରେ ନାବାଳିକା ଜଣଙ୍କ ପରିବାର ସହ ଘରେ ଶୋଇଥିଲେ । ତେବେ ଭୋରରେ ପରିବାର ଲୋକ ଘରେ ଘରେ ଝିଅ ନଥିବା ଦେଖିବାକୁ ପାଇଥିଲେ । ବହୁ ଖୋଜାଖୋଜି କରିବା ପରେ ନାବାଳିକା ଝିଅଙ୍କୁ ନ ପାଇବା ପରେ ପରିବାର ପକ୍ଷରୁ ନାଲକୋନଗର ଥାନାରେ ଝିଅ ନିଖୋଜ ହୋଇଥିବା ଅଭିଯୋଗ କରା ଯାଇଥିଲା । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ବେଳେ ରୁଦ୍ର ନାରାୟଣ ଭୁତିଆ ନାବାଳିକାଙ୍କୁ ଅପହରଣ କରି ନେଇଥିବା ପୁଲିସ ଜାଣିବାକୁ ପାଇଥିଲା । ଏହାପରେ ପୁଲିସ ଅପହରଣ ମାମଲା ରୁଜୁ କରି ରୁଦ୍ରଙ୍କୁ ଖୋଜିଥିଲା । ପରେ ରୁଦ୍ରଙ୍କୁ ପୁଲିସ ଠାବ କରିବା ସହ ତାଙ୍କ ନିକଟରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ତଦନ୍ତ ବେଳେ ନାବାଳିକାଙ୍କୁ ଦୁଷ୍କର୍ମ କରା ଯାଇଥିବା ଆଢ୍ୟ ପୁଲିସ ଜାଣିବାକୁ ପାଇଥିଲା । ଏହି ମାମଲାରେ ଆଜି ୧୨ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ(ଫାଷ୍ଟଟ୍ରାକ ) ବିରାଞ୍ଚି ନାରାୟଣ ମିଶ୍ର ଉପରୋକ୍ତ ଦଣ୍ଡାଦେଶ ଦେଇଥିଲେ । ଏହା ସହ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି । ଏହି ଘଟଣାରେ ତଦନ୍ତ ଅଫିସର ଭାବେ ଅନୁଗୁଳ ଏସ ଡି ପି ଓ ଅଶ୍ଵିନୀ କୁମାର ସାହୁ ଘଟଣାର ତଦନ୍ତ କରିଥିବା ବେଳେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ କୁମାର ଭୁତିଆ ମାମଲା ପରିଚାଳନା କାରିଥିଲେ ।
What’s your Reaction?
+1
1
+1
1
+1
+1
+1
3
+1
+1