ମୁଖ୍ୟ ଖବର ନାଲକୋ ପ୍ଲାଣ୍ଟରେ ଅଗ୍ନିକାଣ୍ଡ Angul OnlineNovember 14, 2024November 14, 2024 ଅନୁଗୁଳ – ଅନୁଗୁଳ ନାଲକୋ ସ୍ମେଲଟର ଗ୍ରୀନ ଅନୋଡ଼ ପ୍ଲାଣ୍ଟ (୨)ରେ ଭୟାବହ ଅଗ୍ନିକାଣ୍ଡ। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।ରାତି ପ୍ରାୟ ୮.୧୦ସମୟ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ନାଲକୋ ସିପିପି ଓ ସ୍ମେଲଟର ର ସମସ୍ତ ଦମକଳ ନିୟୋଜିତ କରା ଯାଇଥିଲା । ପ୍ରାୟ ୧ଘଣ୍ଟା ପରେ ନିଆଁ ଆୟତ ହୋଇଥିଲା । ବିଦ୍ୟୁତ ସରବରାହ ବିଛିନ୍ନ କରି ଘଟଣା ସ୍ଥଳ ସଂଲଗ୍ନ ଚାରି ପାଖ ଅଂଚଳକୁ ନିଷିଦ୍ଧ ଅଂଚଳ କରାଯାଇଛି ।ଘଟଣା ରେ ନାଲକୋ ଜିଜିଏମ ସଚିଦା ନନ୍ଦ ,ସେଫ୍ଟ ବିଭାଗ ଅଧିକାରୀ ଶ୍ରୀ ସିହ୍ନା ପହଁଚି ଘଟଣା ର ଅନୁଧ୍ୟାନ କରିଛନ୍ତି ।ଅଗ୍ନିକାଣ୍ଡ ରେ ବହୁ କ୍ଷୟ କ୍ଷତି ହୋଇଥିଲେ ବି କର୍ମଚାରୀ ସୁରକ୍ଷିତ ରହିଥିବା ଜଣାଯାଇଛି । Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ପଡି ଯୁବକଙ୍କ ମୃତ୍ୟୁ ଘଟଣା – ୩ ସୁରକ୍ଷାକର୍ମୀ ବହିଷ୍କୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ଡିସେମ୍ବର ୧୬ ତାରିଖରେ ୪ ମହଲା କୋଠାରୁ ଡେଇଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ଜିଲ୍ଲା…
ଅନୁଗୁଳର ଦେବାଶିଷଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବୀର ସହିଦ ଦେବାଶିଷ ସେଠୀଙ୍କୁ ମିଳିବ ବୀର ଶୌର୍ଯ୍ୟ ଚକ୍ର ସମ୍ମାନ । ୨୦୨୦ ମସିହା ସେପ୍ଟେମ୍ବର ୧୦ ତାରିଖ ଦିନ…
ବେଆଇନ ଭାବେ ଗଛିତ ବାଣ ଗୋଦାମରେ ଚଢାଉ – ବିପୁଳ ବାଣ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆବୋଲ ଅଙ୍ଗାରୁଆ ୨୧ ନମ୍ବର ୱାର୍ଡ ଅଂଚଳ ଏକ ଘରୁ ବିପୁଳ ପରିମାଣର ବାଣ ଜବତ । ପୁଲିସ ଓ…