ଅନୁଗୁଳ – ଜନ୍ମ କଲା ପୁଅ ହେଲା ସଇତାନ, ମା କୁ ପିଟି ପିଟି ହତ୍ୟା କଲା ପୁଅ । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ଆଜି ସକାଳ ସମୟରେ ସୁସୁଡା ଗ୍ରାମର ସୁଧାକର ନାଏକ ଙ୍କ ପୁଅ ସରୋଜ ନାଏକ ନିଜ ମା ଲତା ନାଏକ (୭୦)କୁ ପିଟି ପିଟି ହତ୍ୟା କରିଥିଲା । ଏ ଖବର୍ ଗାଁ ଲୋକ ଜାଣିବା ପରେ ପୁଲିସ କୁ ଖବର ଦେଇଥିଲେ । ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ବ କରିବା ସହ ମା କୁ ହତ୍ୟା କରିଥିବା ପୁଅ ସରୋଜକୁ ଅଟକ ରଖି ପଚରାଉଚରା କରୁଛି । ତେବେ କାହିଁକି ଏଭଳି ହତ୍ୟାକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ମଦ୍ୟପାନ କରି ଏଭଳି କାଣ୍ଡ ଭିଆଇ ଥିବା ସନ୍ଦେହ କରାଯାଉଛି । ଅନେକ ସମୟରେ ସେ ଏଭଳି ମା କୁ ମାଡ଼ ମାରିଥାଏ , ଆଉ ଆଜି ମଧ୍ୟ ମଦ ପିଇ ମାଙ୍କ ଝଗଡା କରିଥିଲା ବୋଲି ପଡୋଶୀ ମାନେ ସୂଚନା ଦେଇଛନ୍ତି ।
What’s your Reaction?
+1
+1
+1
1
+1
+1
3
+1
1
+1