ଆଞ୍ଚଳିକ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ବିତ୍ତ ପରିଚାଳକଙ୍କ ପରଲୋକ Angul OnlineDecember 12, 2024December 12, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ବିତ୍ତ ପରିଚାଳକ (DAM) ସପନ ପାତ୍ରଙ୍କ ଆଜି ସକାଳେ ପରଲୋକ ହୋଇ ଯାଇଛି । ସେ ଗତ କିଛି ମାସ ହେବ ଅସୁସ୍ଥ ଥିଲେ । ତାଙ୍କ ପୈତୃକ ଘର ବାଲେଶ୍ଵର ଜିଲ୍ଲାରେ ହୋଇଥିବା ବେଳେ ସେ ପ୍ରାୟ ୭/୮ ବର୍ଷ ହେବ ସେ ଅନୁଗୁଳ ସ୍ୱାସ୍ଥ୍ୟ ବିଭାଗରେ ଅର୍ଥ ପରିଚାଳକ ଥିଲେ ।ଜଣେ ମିଷ୍ଟଭାଷୀ, ମେଳାପୀ ଓ ଦକ୍ଷ କର୍ମଚାରୀ ଭାବେ ସେ ପରିଚିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ଚିକିତ୍ସାଳୟ କର୍ମଚାରୀ ମହଲରେ ଶୋକର ଛାୟା ଖେଳି ଯାଇଛି । Advertisement
ଖଣି ପ୍ରଭାବିତ ଅଞ୍ଚଳର ଜନ ଜୀବନ ଓ ଜୀବିକା ସୁରକ୍ଷା ନେଇ ବୈଠକ – ବିରୋଧ ଯୋଗୁଁ ଅଧାରୁ ବନ୍ଦ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ମନ୍ଦିର ପରିସରରେ ରବିବାର ଖଣି ପାଇଁ ପ୍ରଭାବିତ ଜନ ଜୀବନ ଓ ଜୀବିକା ସୁରକ୍ଷା ନେଇ ଏକ…
କେ ଆର ଏଣ୍ଟରପାଇଜେସ ପ୍ଲାଣ୍ଟ ନାମରେ ଗୁରୁତର ଅଭିଯୋଗ ଆଣିଲେ ସମାଜସେବୀ ଅନୁଗୁଳ – ଯୁବ ସମାଜସେବୀ ସଂଗଠନ (ତାଳଚେର)ର ସଭାପତି ଜତିନ କୁମାର ମହାନ୍ତି କେ ଆର ଏଣ୍ଟରପାଇଜେସ କଂପାନୀ ନାମରେ ଆଣିଛନ୍ତି ଗୁରୁତର ଅଭିଯୋଗ । ବୁଧବାର…
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଦାବି ଅନୁଗୁଳ – ଗୋବଂଶର ସୁରକ୍ଷା ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ସହ ଧର୍ମାନ୍ତରୀକରଣ ବନ୍ଦ କରିବା…