ମୁଖ୍ୟ ଖବର ଗଛ କଟା ପାଇଁ କାନ୍ଦିଲେ ରେଞ୍ଜର – ଲଣ୍ଡା ହୋଇ ଶୁଦ୍ଧିକ୍ରିୟା କଲେ ପରିବେଶପ୍ରେମୀ Angul OnlineDecember 22, 2024December 22, 2024 ଛେଣ୍ଡିପଦା – ସରକାର ମା ପାଇଁ ଗଛଟିଏ ନାରା ଦେଉଥିବା ବେଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ କୋଇଲା ଖଣି ନିମନ୍ତେ ଗଛ କଟା ଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଖଣି ପାଇଁ ଲକ୍ଷ ଲକ୍ଷ ଗଛ ଏବେ ବଳି ପଡିବେ । ତେବେ ଏହି ଗଛ କଟା ପାଇଁ କମ୍ପାନୀ ପକ୍ଷରୁ ପୂଜା ପାଠ ବେଳେ ବନାଞ୍ଚଳ ଅଧିକାରୀ ଭୋ ଭୋ ହୋଇ କାନ୍ଦି ପକାଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଗଛକଟାକୁ ନେଇ ଅଭିନବ ପ୍ରତିବାଦ ମଧ୍ୟ ଛେଣ୍ଡିପଦା ଅଞ୍ଚଳରେ ଦେଖା ଦେଇଛି । ସୂଚନା ଅନୁସାରେ ସିଙ୍ଗାରେଣୀ କୋଇଲା ଖଣି ପାଇଁ ୨୦ ତାରିଖ ଦିନ ଗଛ କାଟିବା ପୂର୍ବରୁ ସ୍ଥାନୀୟ ବିଧାୟକ ଓ ଅନ୍ୟ ଲୋକ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ପୂଜାପଥ କରା ଯାଇଥିଲା । ତେବେ ଗଛରେ ଟାଙ୍ଗିଆ ଚୋଟ ବାଜିବା ଦେଖି ସେଠାରେ ଉପସ୍ଥିତ ଥିବା ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଶୁଭ୍ର ସୂଚସ୍ମିତା ମହାପାତ୍ର ନିଜ କୋହ ସମ୍ଭାଳି ପାରି ନଥିଲେ । ଗଛ କାଟିବା ଦେଖି ହଠାତ ଭୋ ଭୋ ହୋଇ କାନ୍ଦି ଉଠିଥିଲେ । ନିଜ କର୍ତ୍ତବ୍ୟ ଯୋଗୁଁ ବାଧ୍ୟ ହୋଇ ଗଛ କଟା କୁ ବିରୋଧ କରି ପାରି ନଥିଲେ ମଧ୍ୟ ଗଛ ଓ ଜଙ୍ଗଲ ପ୍ରତି ତାଙ୍କ ଭଲ ପାଇବା ଯୋଗୁଁ ନିଜ କାନ୍ଦ ଅଟକାଇ ପାରି ନଥିଲେ । ତେବେ ଛେଣ୍ଡିପଦା ଅଞ୍ଚଳରେ ଏଭଳି ଗଛ କଟା ଆରମ୍ଭ ହୋଇ ଯାଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ଅଭିନବ ପ୍ରତିବାଦ । ପ୍ରତିବାଦରେ ଛେଣ୍ଡିପଦା ସଦର ମହକୁମାରେ କ୍ୟାଣ୍ଡଲ ଶୋଭାଯାତ୍ରା କରିବା ସହିତ ଗଛ ପାଇଁ ଲଣ୍ଡା ହୋଇ ଶୁଦ୍ଧିକ୍ରିୟା ପାଳନ କରାଯାଉଛି । ସୂଚନା ଯୋଗ୍ୟ ଯେ ବାୟୁ ପ୍ରଦୂଷଣରେ ଅନୁଗୁଳ ଜିଲ୍ଲା ୧ନଂରେ ରହିଥିବା ବେଳେ ଛେଣ୍ଡିପଦାରେ ଖୋଲା କୋଇଲା ଖଣି ପାଇଁ ବଳି ପଡୁଛି ହଜାର ହଜାର ଗଛ । ନୟନୀ କୋଲ ବ୍ଳକ ରେ ସିଙ୍ଗରନି କମ୍ପାନୀ ପକ୍ଷରୁ ଖଣି ଖାନନ ପାଇଁ ଆରମ୍ଭ ହୋଇଛି ଗଛ କଟା । ଏଵେ ସିଙ୍ଗରାଣୀ କମ୍ପାନୀକୁ ୬୪୩ ହେକ୍ଟର ଜଙ୍ଗଲ ଜମିକୁ ମଞ୍ଜୁରୀ ମିଳିଥିବା ବେଳେ ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ଗଛ କଟା ଆରମ୍ଭ ହୋଇଛି । ଅପରପକ୍ଷେ ଛେଣ୍ଡିପଦା ରୁଙ୍ଗଟା କମ୍ପାନୀ ପକ୍ଷରୁ କୋଇଲା ଖଣି ନିମନ୍ତେ ଜଙ୍ଗଲ କାଟିବା ପାଇଁ ମହେଶ୍ୱରୀ ଦେବୀଙ୍କ ନିକଟରେ ପୁଜା ପାଠ କରାଯାଇଛି ଫଳରେ ଆଗାମୀ ଦିନରେ ବାୟୁ ପ୍ରଦୂଷଣ କ୍ଷେତ୍ରରେ ଛେଣ୍ଡିପଦା ବ୍ଳକ ଦେଶରେ ଆଗରେ ରହିବ ଏଥିରେ ସନ୍ଦେହ ନାହିଁ । ବାୟୁ ପ୍ରଦୂଷଣରେ ଅନୁଗୋଳ ଏକ ନଂରେ ରହିଥିବା ହଠାତ ଏତେ ସଂଖ୍ୟକ ଗଛ କଟା ହେଲେ ପ୍ରଦୂଷଣ ମାତ୍ରା ବଢିବା ନେଇ ପରିବେଶ ବିତଙ୍କ ମନକୁ ଆନ୍ଦୋଳିତ କରିଛି । ଏହାର ପ୍ରତିବାଦରେ ପରିବେଶ ବିତ ମୋତିଲାଲ ଆର୍ଯ୍ୟ ଛେଣ୍ଡିପଦାରେ କ୍ୟାଣ୍ଡଲ ଶୋଭାଯାତ୍ରା କରିବା ସହିତ ଗଛ ବଳିଦାନକୁ ନେଇ ହୋମ ଯଜ୍ଞ କରି ଶୁଦ୍ଧି କ୍ରିୟା କରିଛନ୍ତି । ଏପରିକି ଲଣ୍ଡା ହୋଇ ପ୍ରତିବାଦ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ସରକାର ମା ପାଇଁ ଗଛଟିଏ ଲଗାଇବା ପାଇଁ ନାରା ଦେଉଥିବା ବେଳେ ଗଛ କଟା ପାଇଁ ଅଞ୍ଚଳ ଦିନେ ନା ଦିନେ ଧ୍ବଂସ ପାଇଯିବ । ଏଦିଗରେ ସରକାର ପଦକ୍ଷେପ ନେବା ଜରୁରୀ । Advertisement
ମୋଟରସାଇକେଲ ସାଇଲେସନ୍ସର ବଦଳାଇ ଗଣିଲେ ତଣ୍ଡ ପୂଜା ପୂର୍ବରୁ ଆକ୍ସନ ମୁଡରେ ଅନୁଗୁଳ ପୁଲିସ । ଜିଲ୍ଲାର ବିଭିନ୍ନ ସହରରେ ଫ୍ଲାଗ ମାର୍ଚ୍ଚ । ବେଆଇନ ବାଣ କାରଖାନା ଉପରେ ଚଢ଼ାଉ । ଅନୁଗୁଳ…
କାର୍ଯ୍ୟରେ ଅବହେଳା ନେଇ ଶିକ୍ଷକ ନିଲମ୍ବିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଶିମିଳିପାଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଚାଲିଥିବା ବେଳେ କାର୍ଯ୍ୟରେ ଅବହେଳା ନେଇ ଜଣେ ଶିକ୍ଷକ ନିଲମ୍ବିତ ହୋଇଛନ୍ତି…
ସିଲ ହେଲା ଦୁଇ ପ୍ରମୁଖ ରାସନ ଦୋକାନ – ୨୦ ହଜାର ଟଙ୍କା ଆଦାୟ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ଏବେ ବି ଜିଲ୍ଲାରେ ଲକଡାଉନ ଓ ସାପ୍ତାହନ୍ତ ସଟଡାଉନ ଚାଲୁ ରହିଛି ।…