ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଅଦିନିଆ ବର୍ଷା ଯୋଗୁଁ ଧାନ ଜମିରେ ପାଣି ଏବେ ମଧ୍ୟ ଜମି ରହଛି । ଯାହା ଫଳରେ ଧାନ ଅମଳ କରି ନପାରି ଚାଷୀ କ୍ଷତି ସହୁଛି । ଏହି ଅଦିନିଆ ବର୍ଷା ପାଇଁ ହୋଇଥିବା ଧାନ ଓ ପନିପରିବା ଚାଷ କ୍ଷୟକ୍ଷତିର ଉପଯୁକ୍ତ କ୍ଷତିପୂରଣ ପାଇଁ ଦାବି କରିବା ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି କଂଗ୍ରେସ କମିଟି । ସୂଚନା ଯେ, ଅନୁଗୁଳ ଜିଲ୍ଲା ଖଣି ଖାଦାନରେ ଭରି ରହିଥିବା ସତ୍ବେ ଏକ ଚାଷ ସମୃଦ୍ଧ ଜିଲ୍ଲା ଭାବେ ମଧ୍ୟ ପରିଗଣିତ ହୋଇ ରହିଛି । ତେବେ ବିଭିନ୍ନ ସମୟରେ ଜଙ୍ଗଲି ଜୀବ ଓ ଅଦିନିଆ ବର୍ଷାରେ ବିଭିନ୍ନ ଅଂଚଳରେ କ୍ଷୟକ୍ଷତି ହୋଇଛି। ଏହି ଚାଷ ପାଇଁ ଚାଷୀ ମାନେ ବ୍ୟାଙ୍କ୍ ରୁ ଋଣ ଆଣି ଚାଷ କରିଥାନ୍ତି l ଚଳିତ ବର୍ଷ ଅଦିନିଆ ବର୍ଷା ଯୋଗୁଁ ଚାଷୀ କୂଳ ହତାସ ହୋଇ ପଡିଛି। ଏହି ଘଟଣାକୁ ଗୁରୁତର ସହ ନେଇ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ ଏକ ଦଳ ଆସି ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କୁ ଭେଟିବା ସହ ଦାବିପତ୍ର ପ୍ରଦାନ କରି ଜିଲ୍ଲାର ସମ୍ପୁର୍ଣ୍ଣ ତଦନ୍ତ କରିବା ଓ ଚାଷୀ କୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି।
Recent News
ଟ୍ରକ ଧକ୍କାରେ ଜଣେ ମୃତ – ଡ୍ରାଇଭରକୁ ନିସ୍ତୁକ ମାଡ ମାରିଲେ ଲୋକେ
ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ନମ୍ୱର ଜାତୀୟ ରାଜପଥର ବହ୍ଲର ଛକ ନିକଟରେ ଦୁର୍ଘଟଣା । ସାଇକେଲ ଆରୋହିଙ୍କୁ ଏକ ଟ୍ରକ ଧକ୍କା ଦେବା…
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜିବ ଏସ.ୟୁ.ସି.ଆଇ. – ୨୯ ରେ ଗଣ ବିକ୍ଷୋଭ
ଅନୁଗୁଳ – ଜୀନଜୀବନର ଜ୍ଵଳନ୍ତ ସମସ୍ୟା ସମାଧାନ ଦାବିରେ ଆସନ୍ତା ୨୯ ସେପ୍ଟେମ୍ବର ୨୦୨୨ରେ ଭୁବନେଶ୍ଵର ଠାରେ ଏସ୍.ୟୁ.ସି.ଆଇ ( କମ୍ୟୁନିଷ୍ଟ ) ଓଡିଶା ରାଜ୍ୟ କମିଟି…
ଅସୁସ୍ଥ ଦନ୍ତା ହାତୀର ହେଲା ଚିକିତ୍ସା
ଅନୁଗୁଳ – ଅସୁସ୍ଥ ଦନ୍ତା ହାତୀକୁ କରାଯାଇଛି ଟ୍ରାଙ୍କୁଲାଇଜ । ଟ୍ରାଙ୍କୁଲାଇଜ ପରେ ନନ୍ଦନକାନନ , ଢେଙ୍କାନାଳ ଓ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରୁ ଆସିଥିବା ପ୍ରାଣୀ ଚିକିତ୍ସକ…