ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । କୁକୁଡାଙ୍ଗ ଗ୍ରାମର ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଅନେକ ଦିନ ହେଲା ଧରିବାକୁ ଚେଷ୍ଟା କରୁଥିବା ବେଳେ ଶେଷରେ ଆଜି କାବୁ କରି ପାରିଛି । ସୂଚନା ଅନୁସାରେ କୁକୁଡାଙ୍ଗ ଗାଁର ସୁଜ୍ଞାନୀ ଦେହୁରୀ ନାମକ ଜଣେ ଯୁବକ ଅନେକ ଦିନ ହେଲା ବ୍ରାଉନସୁଗାର ବେପାର କରି ଆସୁଥିବା ଅବକାରୀ ବିଭାଗ ପାଖରେ ସୂଚନା ଥିଲା । ଅନେକ ସମୟରେ ତାକୁ ଧରିବାକୁ ଯାଇ ଅବକାରୀ ବିଭାଗ ବିଫଳ ହୋଇଥିଲା । ତେବେ ଆଜି ସୁଜ୍ଞାନୀ ବ୍ରାଉନସୁଗାର ନେଇ ବିକ୍ରି କରିବାକୁ ଯିବ ବୋଲି ଖବର ପାଇ ଅବକାରୀ ବିଭାଗ ଜଗି ରହିଥିଲା । ସୁଜ୍ଞାନୀ ଏକ କାରରେ ଘରୁ ବ୍ରାଉନସୁଗାର ନେଇ ଯିବା ବେଳେ ଅବକାରୀ ବିଭାଗର ଆଇ ଆଇ ସି ରମ୍ଭା ବାଘ , ଏସ ଆଇ ଗାୟତ୍ରୀ ମାଝୀ ସଦଳବଳେ ତାକୁ ଅଟକାଇ ଜାଞ୍ଚ କରିଥିଲେ । ଜାଞ୍ଚ ବେଳେ ସୁଜ୍ଞାନୀ ନିକଟରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଅଧିକ ହେବ । ଅବକାରୀ ବିଭାଗ ସୁଜ୍ଞାନୀ ଠାରୁ ବ୍ରାଉନସୁଗାର ଓ କାର ଜବତ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Recent News
ବଧୁ ହତ୍ୟା ମାମଲାରେ ସ୍ୱାମୀ , ଶାଶୁ ଓ ଶଶୁରକୁ ଆଜୀବନ କାରାଦଣ୍ଡ
ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଫେବୃଆରୀ ମାସ ୨ ତାରିଖ ୨୦୨୦ ମସିହାରେ ହୋଇଥିବା ଏକ ଯୌତୁକ ଜନିତ ବଧୁ ହତ୍ଯା ମାମଲାରେ ସ୍ୱାମୀ ,…
ଲିଙ୍କ ଦେଇ ବରିଷ୍ଠ କିରାଣୀଙ୍କ ଠାରୁ ଠକି ନେଲା ୧ ଲକ୍ଷ ୧୮ ହଜାର ଟଙ୍କା
ଅନୁଗୋଳ – ଅନୁଗୋଳ ଜିଲ୍ଲାରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣୀ ସାଇବର ଠକାମୀର ଶିକାର ହୋଇଛନ୍ତି । ଦୁର୍ବୃତ୍ତ ମାନେ ଅତି ଚାଲାକିରେ ତାଙ୍କ ଆକାଉଣ୍ଟରୁ…
ଚାକିରି ନାଁରେ ଠକେଇ ମାମଲା – ମାଷ୍ଟରମାଇଣ୍ଡ ବାପ ସହ ପୁଅ ଗିରଫ
ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ଚାଇଁପାଳ ଗାଁର ପରମାନନ୍ଦ ବେହେରା…