ଅନୁଗୁଳ – ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନ ର ସାଧାରଣ ପରିଷଦର ବୈଠକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ସଭାପତି ତଥା ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି ବୈଠକ ରେ ସଭାପତିତ୍ୱ କରି ଅନୁଗୁଳ ଏକାଡେମୀକୁ ରାଜ୍ୟର ଏକ ନମ୍ବର ଏକାଡେମୀ ଭାବେ ଗଢି ତୋଳିବା ପାଇଁ ଉଦ୍ୟମ କରାଯାଉଛି । ନ ଜଣ ଖେଳାଳି ରାଜ୍ୟର ବିଭିନ୍ନ ବିସିସିଆଇ ଟୁର୍ନାମେଣ୍ଟରେ ଖେଳି ସୁନାମ ଅର୍ଜନ କରିଛନ୍ତି । ତୃଣମୂଳ ସ୍ତରରେ ଖେଳାଳିଙ୍କ ଉନ୍ନତି ପାଇଁ ବିଭିନ୍ନ କ୍ଲବ ଓ କ୍ରୀଡ଼ାନୁଷ୍ଠାନ ଗୁଡିକୁ ବ୍ୟାଟ ବଲ ଓ ଅନ୍ୟ ଉପକରଣ ଦିଆଯାଉଛି । କଦମ ପଡିଆର ଉନ୍ନତି ପାଇଁ ଦୃଷ୍ଟି ଦିଆଯାଉଛି । ଖୁବ ଶୀଘ୍ର ଦୁଇଟି ପାଭିଲିଅନ ଏଠାରେ ନିର୍ମାଣ କରାଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ । ବୈଠକରେ ଆସୋସିଏସନର ସମ୍ପାଦକ ସାଗର ମିଶ୍ର, ଉପ ସଭାପତି ପ୍ରଭାତ କୁମାର ସିହ୍ନା, ଅରୁଣ ପୁଷ୍ପା୍ଳକ, ଯୁଗ୍ମ ସମ୍ପାଦକ ସତ୍ୟେନ୍ଦ୍ର ପ୍ରଧାନ ଓ କୋଷାଧ୍ୟକ୍ଷ ରଞ୍ଜନ ଧୀର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ସମାରୋହରେ ଜିଲ୍ଲାର ପ୍ରତିଭାବାନ ଖେଳାଳି ଶ୍ରେୟଂଶ ଭରଦ୍ୱାଜ,ଶଶାଙ୍କ ପାନିକାଲ, ଆୟୁଷ ବାରିକ, ରୋହିତ ପ୍ରଧାନ, ରାକେଶ ବିଶ୍ଵାଳ, ମୋକ୍ଷିତ ପାନିକାଲ, ସୌମ୍ୟ ରଞ୍ଜନ ସିଂହ ଆଦିଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
Recent News
ଅନୁଗୁଳ ମୋ ଖେଳର ଏନ୍ତୁଡିଶାଳ – ପ୍ରମୋଦ ଭଗତ
ନାଲକୋନଗର – ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ନାଲକୋ ନଗର…
କଳାହାଣ୍ଡି କପ ପାଇଁ ଖେଳାଳି ଚୟନରେ ଅନିୟମିତତା – ଅଭିଯୋଗ ଆଣିଲେ ଖେଳାଳି
ଅନୁଗୋଳ – କଳାହାଣ୍ଡି କପ କ୍ରିକେଟ ପାଇଁ ଅନୁଗୋଳ ଜିଲ୍ଲାରୁ ଖେଳାଳି ଚୟନ କରି ଆଜି ପଠା ଯାଇଥିବା ବେଳେ ଚୟନରେ ଅନିୟମିତତା ହୋଇଥିବା କିଛି ଖେଳାଳି…
ବିଜୁ ପ୍ରିମିୟର ଲିଗ୍ ର ଉଦଘାଟନ ଉତ୍ସବ ଓ ଟ୍ରଫି ଉନ୍ମୋଚନ
ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ – ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଜୁ ପ୍ରିମିୟର ଲିଗ୍ ର କ୍ରିକେଟ ପ୍ରତିଯୋଗିତାର…