ପାଲଲହଡ଼ା – ଅନୁଗୁଳ ଜିଲ୍ଲାରେ ଗଞ୍ଜେଇ ଚାଷ ପରେ ଏବେ ଅଫିମ ଚାଷ ପୁଲିସର ଚିନ୍ତା ବଢାଇଛି । ଶୁକ୍ରବାର ଅନୁଗୁଳ ଜିଲ୍ଲା ଉପାନ୍ତ ଅଞ୍ଚଳ ଭାବେ ପରିଚିତ ନଗିରା ଓ ସିବିଡ଼ା ଗ୍ରାମ ନିକଟ ଏକ ଜଙ୍ଗଲରେ ଅନୁଗୁଳ ଓ ପାଲଲହଡ଼ା ପୁଲିସ ମିଳିତ ଭାବେ ଚଢ଼ାଉ କରି ୨ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଅଫିମ ଗଛ ନଷ୍ଟ କରିଛି । ସୂଚନା ଅନୁସାରେ ଦୀର୍ଘଦିନ ହେଲା ଏହି ଦୁର୍ଗମ ପାହାଡିଆ ଅଞ୍ଚଳରେ ଅଫିମ ଚାଷ ହୋଇଥିବା ବେଳେ ଶୁକ୍ରବାର ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନାଙ୍କ ନିର୍ଦେଶ କ୍ରମେ ଅନୁଗୁଳ ପୁଲିସର ଏକ ଟିମ ଏବଂ ପାଲଲହଡ଼ା ଉପଖଣ୍ଡ ପୋଲିସ ଅଧିକାରିଣୀ ସୁମନ ରଞ୍ଜିତ ସିଂ ଙ୍କ ନେତୃତ୍ୱ ଏକ ଟିମ ମିଳିତ ଭାବେ ଚଢ଼ାଉ କରି କରିଥିଲେ । ୨ ଏକର ଜମିରେ ୧୫୦୦୦ ରୁ ଉର୍ଦ୍ଧ ଅଫିମ ଗଛ ନଷ୍ଟ କରା ଯାଇଥିଲା । ତେବେ ଏତେ ବଡ ଅଞ୍ଚଳରେ ଏତେ ପରିମାଣର ଅଫିମ ଗଛ କିଏ ଓ କିଭଳି କଲା ତାହା ଜଣା ପଡି ନାହିଁ । ପୁଲିସ ଏହାର ତଦନ୍ତ କରୁଥିବା ଜଣା ପଡିଛି ।
What’s your Reaction?
+1
+1
+1
+1
+1
+1
+1