ନାବାଳିକା ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ

ସୂଚନା ଅନୁସାରେ ଗତ ୦୯/୧୨/୨୦୨୨ ମସିହାରେ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଏକୁଟିଆ ଥିଲେ । ସେହି ସମୟରେ ଗାଁର ବିଜୟ ଦେହୁରି ନାମକ ଜଣେ ଯୁବକ ପାଣି ଆଣିବାକୁ କହି ଘର ଭିତରକୁ ପଶି ଯାଇଥିଲା । ଘର ଭିତରକୁ ପାଶିବା ପାରେ ବିଜୟ ନାବାଳିକା ଜଣଙ୍କୁ ଅସଦାଚରଣ କରିଥିଲା । ନାବାଳିକା ଜଣଙ୍କ ଚିତ୍କାର କରିବାରୁ ବିଜୟ ନାବାଳିକାକୁ ଛାଡି ଫେରାର ହୋଇ ଯାଇଥିଲା । ପରିବାର ଲୋକ ଆସିବା ପରେ ନାବାଳିକା ଜଣଙ୍କ ଘରେ ସବୁ କଥା କହିଥିଲା । ଏ ନେଇ ନାବାଳିକାଙ୍କ ମା ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ଅନୁଗୁଳ ଅତିରିକ୍ତ ଦୌରା ଜଜ (ଫାଷ୍ଟଟ୍ରାକ) ବିରଞ୍ଚି ନାରାୟଣ ମିଶ୍ର ୮ ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ବିଜୟକୁ ୬ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ଆଉ ଦୁଇ ମାସ କାରାଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଆଡିସିନାଲ ପିପି ପ୍ରଦୀପ କୁମାର ଭୁତିଆ ପରିଚାଳନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *