ଅନୁଗୁଳ – ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବରିଷ୍ଟ ସାମ୍ୱାଦିକ ଅର୍ଦ୍ଦେନ୍ଧୁ ଦାସ ଅତିଥି ,ବକ୍ତା ଓ ପ୍ରଶିକ୍ଷକ ଭାବରେ ଏହି ଅବସରରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଶ୍ରୀ ଦାସ କିପରି ଭାବରେ ଆଜିର ସାମ୍ୱାଦିକ କାର୍ଯ୍ୟ କରିବା ଉଚିତ ସେ ବିଷୟରେ ଉପଦେଶ ଦେଇଥିଲେ । ନିର୍ଭୟ ଭାବେ କାର୍ଯ୍ୟ କରିବା ସହ ଲୋକଙ୍କ ସମସ୍ୟାକୁ ଉଠାଇବାକୁ ସେ କହିଥିଲେ । ତା ସହିତ ଲୋକପ୍ରତିନିଧି, ସରକାରି ଅଧିକାରୀ ଓ ସରକାରଙ୍କ ଭୁଲକୁ ନିଜର ଖବର ଜରିଆରେ ଲୋକଲୋଚନକୁ ଆଣିବାକୁ ସେ ଉପଦେଶ ଦେଇଥିଲେ। କୌଣସି ଖବରକୁ ଥରଟିଏ କରି ଛାଡି ନ ଦେଇ ଆରମ୍ଭରୁ ଶେଷ ଯାଏଁ ନଜର ରଖି ତା ଭିତର ପର୍ଯ୍ୟନ୍ତ ପହଞ୍ଚିବାକୁ ଶ୍ରୀ ଦାସ ଉପଦେଶ ଦେଇଥିଲେ । ବିରୁଦ୍ଧରେ ଖବର ପ୍ରସାରଣ ହୋଇଥିବା ବ୍ୟକ୍ତି ଓ ସରକାର ପ୍ରତିଶୋଧ ପରାୟଣ ହୋଇ ହଇରାଣ କରିବେ। କିନ୍ତୁ ପ୍ରକୃତ ଖବରଦାତା ର ଆନନ୍ଦ ସେହି ଖବରର ପ୍ରତିକ୍ରିୟାରେ ରହିଥାଏ ବୋଲି ସେ କହିଥିଲେ । ଏକ ଅତି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗର ସେ କହିଥିଲେ ଯେ ଆଜିର ସାମ୍ୱାଦିକର ରୋଜଗାର ବହୁତ କମ ରହିଥିବାରୁ ସାମ୍ବାଦିକତା କରିବାକୁ ଇଛୁକ ବ୍ୟକ୍ତି ନିଜର ଅନ୍ୟ କିଛି ରୋଜଗାର ପନ୍ଥା ରଖିବା ଉଚିତ । ଯାହା ଫଳରେ ସେ ମୁକ୍ତ ଭାବେ ସାମ୍ବାଦିକତା ବୃତ୍ତି କରିପାରିବ । ଏହିପରି ଅନେକ ବହୁମୂଲ୍ୟ ଉପଦେଶ ପ୍ରଶିକ୍ଷକ ବରିଷ୍ଟ ସାମ୍ୱାଦିକ ଅର୍ଧେନ୍ଦୂ ଦାସ ଉପସ୍ଥିତ ଅନୁଗୁଳ ପ୍ରେସ ଚାମ୍ବର ର ସାମ୍ୱାଦିକ ସଦସ୍ୟ ମାନଙ୍କୁ ଦେବାସହ ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଗୁଳ ପ୍ରେସ ଚାମ୍ବର ସାମ୍ୱାଦିକ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଶିବିର ଆୟୋଜନ କରିଥିବାରୁ ପ୍ରଶଂସା କରିବା ସହ ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରଖିବାକୁ କର୍ମକର୍ତ୍ତା ମାନଙ୍କୁ ଉପଦେଶ ଦେଇଥିଲେ। ଶେଷରେ ସାଧାରଣ ସମ୍ପାଦକ ବିଜୟ କୁମାର ଦେ ପ୍ରଶିକ୍ଷଣ ଶିବିର ର ଉଦଯାପନୀ ଭାଷଣ ଦେଇଥିଲେ। ଏହିପରି ପ୍ରଶିକ୍ଷଣ ଶିବିର ର ଆୟୋଜନ ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ କରିବା ଜାରି ରହିବ ବୋଲି ସଭାପତି ଜଗଦିଶ ପ୍ରସାଦ ଅଗ୍ରୱାଲା କହିଛନ୍ତି।
Recent News
ସ୍ୱାଧୀନତା ଦିବସରେ ସ୍ୱଚ୍ଛତାର ବାର୍ତା
ଅନୁଗୁଳ – ଆଜି ସ୍ୱାଧୀନତା ଦିବସ ଅବସରରେ ସ୍ୱଚ୍ଛତାର ସଚେତନତାର ବାର୍ତା ଦେବାକୁ ଅଣ୍ଟା ଭିଡ଼ିଛି ଅନୁଗୁଳ ବ୍ଲକ ପୁରୁଣାଗଡ଼ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ।…
ଖଣିରେ ଦୁର୍ଘଟଣା – ଜଣେ ମୃତ
ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରି କୋଇଲା ଖଣିରେ ଦୁର୍ଘଟଣା ଯୋଗୁଣ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା ହେବା…
ମୋବାଇଲ୍ ଆପ୍ ଓ ଇଣ୍ଟରନେଟରେ ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟସେବା
ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ମୋବାଇଲ୍ ଆପ୍ ଓ ଇଣ୍ଟରନେଟରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳିବ । ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳର ଲୋକଙ୍କୁ ଏଭଳି ସୁବିଧା…