ଅନୁଗୁଳ – ୨୦୨୪ ବର୍ଷ ପାଇଁ ଜଣେ ଆଇଜି ଓ ଜଣେ ଡିଆଇଜି ସହ ୨୦ ଜଣ ପୁଲିସ କର୍ମଚାରୀଙ୍କ ନାମ ରାଜ୍ୟପାଳ ପଦକ ପାଇଁ ଘୋଷଣା କରାଯାଇଛି । ବିଭିନ୍ନ ବର୍ଗରେ ୨୦ ଜଣ ପୁଲିସଙ୍କୁ ଏହି ପଦକ ପ୍ରଦାନ କରାଯିବ । ଆସନ୍ତା ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଏହି ପଦକ ପ୍ରଦାନ କରାଯିବ । ଏହି ପଦକ ତାଲିକାରେ ଅନୁଗୁଳ ଜିଲ୍ଲାର କନେଷ୍ଟବଳ ଅଶ୍ୱିନିକାନ୍ତ ସାହୁ ମଧ୍ୟ ରହିଛନ୍ତି । ଅଶ୍ଵିନୀ ଅଗଷ୍ଟ ମାସ ୨୦୧୩ ମସିହାରେ ପୁଲିସରେ ଯୋଗଦାନ କରିଥିଲେ । ପ୍ରଥମରୁ ରିଜର୍ଭ ଅଫିସରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିବା ଅଶ୍ବିନୀ ପରେ ନିଶା ଇଣ୍ଡଷ୍ଟ୍ରିଆଲ ଥାନାରେ ୨ ବର୍ଷ ଓ ପରେ ୨୦୧୮ ମସିହାରୁ ୨୦୨୧ ପର୍ଯ୍ୟନ୍ତ ଅନୁଗୁଳ ଥାନାରେ ଦାୟିତ୍ଵ ତୁଲାଇଥିଲେ । ପରେ ସେ ଅନୁଗୁଳ ସାଇବର ଥାନାରେ ନିଜର କର୍ତ୍ତବ୍ୟ ସୂଚାରୁରୂପେ ପାଳନ କରି ଆସୁଛନ୍ତି । ତେବେ ଅଶ୍ଵିନୀ ରାଜ୍ଯପାଳ ପଦକ ପାଇବା ପାଇଁ ମନୋନୀତ ହେବା ଖବର ଜଣା ପଡିବା ପରେ ତାଙ୍କ ପରିବାର ଓ ସହକର୍ମୀଙ୍କ ମହଲରେ ଖୁସି ଖେଳି ଯାଇଛି ।
Recent News
ବବିତା ପ୍ରଧାନ ଜିଲ୍ଲା ପରିଷଦ ଅଧ୍ୟକ୍ଷା
ଅନୁଗୁଳ – ଅନୁଗୁଳ ଜିଲ୍ଲାର ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ବବିତା ପ୍ରଧାନ । ସେ ପୂର୍ବରୁ କିଶୋରନଗର ବ୍ଲକ ଅଧ୍ୟକ୍ଷ ଥିଲେ । ଚଳିତ…
ଜାତୀୟ ରାଜପଥ କାମ ପାଇଁ ନୂଆଁ ଠିକା ସଂସ୍ଥାକୁ ଅନୁମୋଦନ
ଅନୁଗୁଳ – ଦୀର୍ଘଦିନ ଧରି ବନ୍ଦ ହୋଇପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି । ଏହି କାମ ନେଇଥିବା ଠିକାସଂସ୍ଥା…
ଘରୁ ଟାଣି ନେଇ କଚାଡି ଦେଲା ହାତୀ – ଜଣେ ମୃତ
ପାଲଲହଡା – ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମରେ ଦାନ୍ତ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ…